ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆସନ୍ତାକାଲିଠୁ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ଦିଆଯିବ । ଏହି ବୟସ୍କ ଲୋକଙ୍କ ମଧ୍ୟରେ ସାହି ଦୋକାନୀ, ଆମିଷ ବ୍ୟବସାୟୀ, ଅଟୋ ଏବଂ ବସ୍ ଡ୍ରାଇଭର, ସ୍କୁଲ ଓ କଲେଜ ଶିକ୍ଷକ-ଶିକ୍ଷୟିତ୍ରୀ, ସେଲୁନ୍ ଦୋକାନୀ ଏବଂ କର୍ମଚାରୀ, ସୁରକ୍ଷାକର୍ମୀ, ରେଷ୍ଟୁରାଣ୍ଟ କର୍ମଚାରୀ, ମନ୍ଦିର, ଚର୍ଚ୍ଚ ଏବଂ ମସଜିଦ୍ ପୂଜକଙ୍କୁ ସାମିଲ କରାଯାଇଛି । ଏହି ବର୍ଗର ବ୍ୟକ୍ତି ସୁପରସ୍ପ୍ରେଡର ହେବା ଆଶଙ୍କା ଥିବାରୁ ଏମାନଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କୁହାଯାଇଛି । ସେହିପରି ବିଦ୍ୟୁତ, ଜଳ ଏବଂ ପରିବହନ ଭଳି ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ନିଆଯାଇ ଟିକାକରଣରେ ସାମିଲ କରିବାକୁ ରାଜ୍ୟ ଷ୍ଟିଅରିଂ କମିଟି ନିଷ୍ପତ୍ତି ନେଇଛି ।
ତେବେ ଏପ୍ରିଲ ୧ ଓ ୨ ତାରିଖ ସରକାରୀ ଛୁଟି ଥିଲେ ମଧ୍ୟ ଏହି ଦିନରେ ଟିକାକରଣ କରାଯିବ । ଆସନ୍ତା ଦୈନିକ ୨ ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର ।