ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟରେ କରୋନାର ଦ୍ଵିତୀୟ ଲହରୀ ଜାରି ରହିଛି । ରାଜ୍ୟରେ କ୍ରମାଗତ ଭାବେ ବଢିବାରେ ଲାଗିଛି କରୋନା ସଂକ୍ରମଣ ହାର । ତେବେ ଏହାରି ମଧ୍ୟରେ ଆଜି ଏସ୍ଆର୍ସି ପରୁ ଜାରି କରାଯାଇଛି ଏପ୍ରିଲ ମାସ ପାଇଁ କରୋନା ଗାଇଡ୍ଲାଇନ । ଏହି ଗାଇଡ୍ଲାଇନ ଏପ୍ରିଲ୧ରୁ ଏପ୍ରିଲ ୩୦ ଯାଏଁ କାର୍ଯ୍ୟକାରୀ କରାଯିବ । ତେବେ ଜାଣନ୍ତୁ କଣ ରହିଛି ଏପ୍ରିଲ ମାସ ପାଇଁ କରୋନା ଗାଇଡ୍ଲାଇନ ।
ଏପ୍ରିଲ କରୋନା ଗାଇଡ୍ଲାଇନ
ସ୍ଥାନୀୟ ପ୍ରଶାସନ କଣ୍ଟେନମେଣ୍ଟ ଜୋନ ପାଇଁ ନିଷ୍ପତ୍ତି ନେଇପାରିବେ ।
କଣ୍ଟେନମେଣ୍ଟ ଜୋନରେ ଥିଲେ ଲୋକମାନେ ଘରୁ ବାହାରକୁ ବାହାରି ପାରିବେ ନାହିଁ ।
ଘର ଘର ବୁଲି ଟେଷ୍ଟ କରାଯିବ ।
ଜିଲ୍ଲାପାଳ ଓ ପୌର ପରିଷଦ ନେଇ ପାରିବେ ନିଷ୍ପତ୍ତି ।
ଟେଷ୍ଟି, ଟ୍ରାକିଂ ଓ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ । ଆରଟିପିସିଆର ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହାସହ ମାସ୍କ ଓ ସାମାଜିକ ଦୂରତା କଡାକଡି ପାଳନ କରିବାକୁ କୁହାଯାଇଛି ।
ସାମାଜିକ, ଧାର୍ମିକ, ରାଜନୈତିକ ଅନୁଷ୍ଠାନ ଗୁଡିକରେ ୨୦୦ ଲୋକ ସାମିଲ ହୋଇପାରିବେ ।
ମନ୍ଦିରରେ କେତେ ଲୋକ ପ୍ରବେଶ କରିବେ ସେ ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତି ନେବେ ।