ସନ୍ଷ୍ଟାର ଟିଭି ବ୍ୟୁରୋ
(image courtesy – prameya )
ଭୁବନେଶ୍ବର: ସାମାନ୍ୟ ଯୁକ୍ତିତର୍କରୁ ଚଳନ୍ତା ବସରୁ ଯାତ୍ରୀଙ୍କୁ ତଳକୁ ଠେଲି ଦେଲେ ବସ କର୍ମଚାରୀ । ଏପରି ଏକ ସାଂଘାତିକ ଘଟଣା ଘଟିଛି ‘ମୋ ବସ୍’ରେ । ଘଟଣାଟି ଭୁବନେଶ୍ଵର ହଂସପାଳ ନିକଟରେ ଘଟିଛି । ତେବେ ବସ୍ରୁ ଠେଲିଦେବାରୁ ଯାତ୍ରୀଙ୍କର ଗୋଡ଼ ଉପରେ ବସ୍ ଚଢ଼ି ଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନାନୁଯାୟୀ, ରେ ଜଣେ ଯାତ୍ରୀ ହଂସପାଳ ଛକରେ ଓହ୍ଲାଇବା ପାଇଁ ଖାରବେଳନଗରରୁ ୧୭ ନମ୍ବର ‘ମୋ ବସ’ ରେ ଚଢ଼ିଥିଲେ । ହେଲେ ବସ୍ ଭିତରେ ଟିକେଟ୍ ପଇସା ଫେରସ୍ତ ନେଇ ଯୁକ୍ତି ତର୍କ ହୋଇଥିଲା । ଏହାପରେ ସେ ଓହ୍ଲାଇବା ବେଳେ ତାଙ୍କୁ ବସ୍ କର୍ମଚାରୀ ଠେଲି ଦେଇଥିଲେ ବୋଲି ଅଭିଯୋଗ ହୋଇଛି । ଯାତ୍ରୀ ଜଣଙ୍କ ବାଲିଅନ୍ତାର ନିର୍ମଳେନ୍ଦୁ ପରିଡ଼ା ବୋଲି ସୂଚନା ମିଳିଛି ।