ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଜି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ବାଇପାସ୍ ସର୍ଜରୀ ହୋଇଛି । ତେବେ ଏହି ଅସ୍ତ୍ରୋପଚାର ସଫଳ ହୋଇଛି ବୋଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ସୂଚନା ଦେଇଛନ୍ତି । ନିଜେ ଟ୍ଵିଟ୍ କରି ଏ ସମ୍ପର୍କରେ ସୂଚନା ଦେବା ସହ ସେ ଏହି କାର୍ଯ୍ୟକୁ ସଫଳ କରିଥିବା ଡାକ୍ତରୀ ଟିମକୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।
ସୂଚନା ଅନୁସାରେ ଦିଲ୍ଲୀ ଏମ୍ସରେ ହୋଇଥିବା ଏହି ଅସ୍ତ୍ରୋପଚାର ଜଣେ ଓଡିଆ ଡାକ୍ତର ଅକ୍ଷୟ କୁମାର ବିଷୋୟୀ କରିଛନ୍ତି । ତେବେ ଗତ ୨୬ ତାରିଖରେ ରାମନାଥ କୋବିନ୍ଦ ହଠାତ୍ ଅସୁସ୍ଥ ହୋଇପଡିଥିଲେ ତାଙ୍କୁ ପ୍ରଥମେ ଦିଲ୍ଲୀର ଆର୍ମୀ ହସ୍ପିଟାଲ ଏହାପରେ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଏହାପରେ ଏମ୍ସ ଡାକ୍ତର ତାଙ୍କର ବାଇପାସ୍ ସର୍ଜରୀ ପାଇଁ ପରାମର୍ଶ ଦେଇଥିଲେ । ଆଜି ତାଙ୍କ ବାଇପାସ୍ ସର୍ଜରୀ କରାଯାଇଛି ।
The President of India, Shri Ramnath Kovind has undergone a successful bypass surgery at AIIMS, Delhi.
I congratulate the team of Doctors for successful operation. Spoke to Director AIIMS to enquire about Rashtrapatiji’s health. Praying for his well-being and speedy recovery.
— Rajnath Singh (@rajnathsingh) March 30, 2021