ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଯଦି ଆପଣ ଜଣେ ବ୍ୟାଙ୍କ ଉପଭୋକ୍ତା ଅଟନ୍ତି ତେବେ ଏହି ସୂଚନା ଆପଣଙ୍କ ପାଇଁ ଜରୁରୀ ହୋଇପାରେ । କାରଣ ୮ଟି ବ୍ୟାଙ୍କ ନିଜ ନିଜ ମଧ୍ୟରେ ମିଶିବାକୁ ଯାଉଛନ୍ତି । ଯାହାଫଳରେ ଆପଣଙ୍କ ବ୍ୟାଙ୍କ IFSC କୋଡ୍ ବଦଳିଯିବ । ଏଥି ସହିତ ଚେକ୍ ବୁକ୍ ମଧ୍ୟ ନୂଆ ଆଣିବାକୁ ପଡିବ ।
ଜାଣନ୍ତୁ କେଉଁ ୮ଟି ବ୍ୟାଙ୍କ ମିଶ୍ରଣ ହେବାକୁ ଯାଉଛି
ବିଜୟ ବ୍ୟାଙ୍କ,ସମବାୟ ବ୍ୟାଙ୍କ, ଓରିଏଣ୍ଟାଲ ବ୍ୟାଙ୍କ୍ ଅଫ୍ କମର୍ସ, ୟୁନାଇଟେଡ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ସିଣ୍ଡିକେଟ୍ ବ୍ୟାଙ୍କ୍, ଆନ୍ଧ୍ରା ବ୍ୟାଙ୍କ୍, କର୍ପୋରେସନ ବ୍ୟାଙ୍କ୍, ଡେନା ବ୍ୟାଙ୍କ ।
ଅଗଷ୍ଟ ୨୦୧୯ରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୧୦ଟି ପବ୍ଲିକ୍ ବ୍ୟାଙ୍କ୍ର ବିଲୟ କରିବାକୁ ନିଷ୍ପତ୍ତି ନେଇଥିଲେ । ଏବେ ଏହି ସବୁ ବ୍ୟାଙ୍କ ଗୁଡ଼ିକର IFSC କୋଡ୍ ଓ ଏମ୍ଆଇସିଆର୍ର କୋଡ୍ ବଦଳିବାକୁ ଯାଉଛି ।