ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତେବେ ଆଜି ରାଜ୍ୟର ପ୍ରାୟ ୧୪ଟି ଜିଲ୍ଲାରେ ୪୦ ଡିଗ୍ରି ଓ ତାଠାରୁ ଅଧିକ ତାପମାତ୍ରା ରହିଛି । ଏହା ମଧ୍ୟରେ ଟିଟିଲାଗଡରେ ସର୍ବାଧିକ ୪୨.୨ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି । ଏହା ପଛକୁ ବାରିପଦାରେ ୪୨ ଡିଗ୍ରି, ବଲାଙ୍ଗିର ୪୧.୫ଡିଗ୍ରୀ, ଝାରସୁଗୁଡାରେ ୪୨.୨ ଡିଗ୍ରି ଓ ସମ୍ବଲପୁରରେ ୪୧.୨ ଡିଗ୍ରି, ହୀରାକୁଦରେ ୪୧.୧ ଡିଗ୍ରି, ଅନୁଗୁଳ ୪୧.୧ ଡିଗ୍ରି, ମାଲକାନଗିରିରେ ୪୧ ଡିଗ୍ରି, ଭବାନୀପାଟଣାରେ ୪୦.୮ ଡିଗ୍ରି, ଭୁବନେଶ୍ୱର ୪୦.୫ ଡିଗ୍ରି, ତାଳଚେରରେ ୪୦.୩ ଡିଗ୍ରି, ନୟାଗଡରେ ୪୦.୩ ଡିଗ୍ରି, କଟକରେ ୪୦ ଡିଗ୍ରି, ବାଲେଶ୍ୱର ରେ ୪୦ ଡିଗ୍ରୀ, ବୌଦ୍ଧ ରେ ୪୦ ଡିଗ୍ରୀ ତାପମାତ୍ରା ରହିଥିଲା ।