ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆସିଛି ରଙ୍ଗର ପର୍ବ ହୋଲି । ରଙ୍ଗର ପର୍ବ ହୋଲିକୁ ନେଇ ଚାରିଆଡେ ଉତ୍ସାହର ଧୁମ । ହୋଲି ରଙ୍ଗରେ ରଙ୍ଗେଇ ହେଲେ ରାଜ୍ୟବାସୀ । ପରସ୍ପରକୁ ଫଗୁ ଅବିର ଲଗାଇ ରଙ୍ଗର ପର୍ବ ପାଳୁଛନ୍ତି ଲୋକେ । ହେଲେ କୋରୋନା ଭାଇରସ ଭୟ ପାଇଁ ସାମାନ୍ୟ ଫିକା ପଡିଛି ହୋଲିର ମାହୋଲ । ତଥାପି ରଙ୍ଗର ପର୍ବ ହୋଲିକୁ ବେଶ ଉତ୍ସାହର ପାଳନ କରାଯାଇଛି । ପୂର୍ବ ଶତ୍ରୁତାକୁ ଭୁଲି ପରସ୍ପରକୁ ରଙ୍ଗ ଲଗାଇ ଭାଇଚାରରା ବାର୍ତ୍ତା ବାଣ୍ଟୁଛନ୍ତି ଦେଶବାସୀ ।
ଗୋଟିଏ ପଟେ ହୋଲିର ଉତ୍ସାହ ଅନ୍ୟପଟେ କୋରୋନା ଭୟ । ଏଭଳି ଦୋଛକି ଭିତରେ ପାରମ୍ପରିକ ରୀତିରେ ସାରା ରାଜ୍ୟରେ ପାଳିତ ହୋଇଛି ରଙ୍ଗର ଉତ୍ସବ । ଭୁତାଣୁ ଭୟକୁ ପଛରେ ପକାଇ ଲୋକେ ପରସ୍ପରକୁ ହୋଲିର ଶୁଭେଚ୍ଛା ଜଣାଉଛନ୍ତି ।କୋରୋନା ଭାଇରସ ନେଇ ଲୋକ ସଚେତନ ଥିବାରୁ ହୋଲି ଖେଳରୁ ଦୂରେଇ ରହିଛନ୍ତି । ମାତ୍ର ବର୍ଷକୁ ଥରେ ଆସିଥିବା ହୋଲି ଉତ୍ସବକୁ ନେଇ ବେଶ ଉତ୍ସାହିତ ଯୁବପିଢ଼ୀ । ରାଜ୍ୟରେ କୋରୋନାର ଦ୍ବିତୀୟ ଲହରୀ ଆସିବା ପରେ ରାଜ୍ୟ ସରକାର କୋଭିଡ ନିରାପତ୍ତା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଚଳିତବର୍ଷ ଦୋଳଯାତ୍ରା ଓ ହୋଲି ପର୍ବ ପାଳନ ଉପରେ କଟକଣା ଜାରି କରାଯାଇଛି ।