ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ଆଜି ସକାଳେ ଶ୍ରୀମନ୍ଦିରରେ ଏକ ଅଘଟଣ ଦେଖାଯାଇଛି । ଶ୍ରୀମନ୍ଦିରର ପଶ୍ଚିମଦ୍ୱାର ନୃସିଂହ ମନ୍ଦିରରୁ ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ଖସିପଡ଼ିଛି । ସେଠାରେ ଉପସ୍ଥିତ ଥିବା ଜଣେ ସେବାୟତଙ୍କ ଗୋଡ଼ ଉପରେ ସେହି ମୂର୍ତ୍ତି ପଡିଯାଇଥିବା କାରଣରୁ ସେ ଆହତ ହୋଇଛନ୍ତି। ଏହି ସେବାୟତ ଜଣକ ହେଲେ କୁନୁ ମହାପାତ୍ର।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ କୁନୁ ମହାପାତ୍ର ନୃସିଂହ ମନ୍ଦିରରେ ଥିବା ବେଳେ ହଠାତ ତାଙ୍କ ଗୋଡ଼ ଉପରେ ମୂର୍ତ୍ତି ଖସି ପଡ଼ିଥିଲା। ଆଘାତପ୍ରାପ୍ତ ହୋଇ ପ୍ରବଳ ରକ୍ତସ୍ରାବ ହେବାରୁ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହାପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି ।