ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ ସୋମବାର ରଙ୍ଗର ପର୍ବ ହୋଲି । ହୋଲିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ପୂର୍ବାହ୍ନରେ ‘ମୋ ବସ୍’ ଗଡ଼ିବ ନାହିଁ। ଏନେଇ କ୍ରୁଟ୍ କର୍ତ୍ତୃପକ୍ଷ ଟ୍ବିଟ କରି ସୂଚନା ଦେଇଛନ୍ତି।
ସୋମବାର ଅପରାହ୍ନ ୩ଟା ପରେ ଯାଇ ‘ମୋ ବସ୍’ ଗଡ଼ିବ । ଏଥିସହ ମାଷ୍ଟର କ୍ୟାଣ୍ଟିନ୍ ବସ୍ ଟର୍ମିନାଲରେ ଥିବା ପାସ୍ କାଉଣ୍ଟର ଆସନ୍ତାକାଲି ବନ୍ଦ ରହିବ । ହୋଲିକୁ ଦୃଷ୍ଟିରେ ରଖି କ୍ୟାପିଟାଲ୍ ରିଜନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ କ୍ରୁଟ୍ ଏଭଳି ନିଷ୍ପତ୍ତି ନେଇଛି।