ସନଷ୍ଟାର ଟିଭି ବ୍ୟୁରୋ
ପୁନେ: ଭାରତ-ଇଂଲଣ୍ଡ ମଧ୍ୟରେ ଅନ୍ତିମ ଦିନିକିଆ ମ୍ୟାଚରେ ଭାରତର ବିପର୍ଯ୍ୟୟ ପରିସ୍ଥିତି ଦେଖା ଦେଇଛି । ୪୮ ଓଭର ୨ ଟି ବଲରେ୩୨୯ ରନ କରି ନିଜର ସମସ୍ତ ୱିକେଟ ହରାଇଛି ଟିମ୍ ଇଣ୍ଡିଆ । ତେବେ ଓପନର ଭାବେ ପଡିଆକୁ ଓହ୍ଲାଇଥିବା ଶିଖର ଧାୱନ ୬୭ ରନ କରିଥିବା ବେଳେ ରୋହିତ ଶର୍ମା ମାତ୍ର ୩୭ ରନ କରିଥିଲେ। ତେବେ ଅଧିନାୟକ ବିରାଟ କୋହଲି ମାତ୍ର ୭ ରନ କରି ଆଉଟ୍ ହୋଇଥିଲେ। ଦଳ ପକ୍ଷରୁ ସବୁଠୁ ଅଧିକ ରନ କରିଥିଲେ ଋଷଭ ପନ୍ତ । ସେ ୬୨ ବଲ ରେ ୭୮ ରନ ହାସଲ କରିଥଲେ । ହାର୍ଦିକ ପାଣ୍ଡ୍ୟା ୪୪ ବଲରେ ୬୪ ରନ କରିଥିଲେ ।
ଭାରତ ଦଳ: ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି (ଅଧିନାୟକ), ଲୋକେଶ ରାହୁଲ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ସର୍ଦୁଲ ଠାକୁର, ପ୍ରସିଦ୍ଧ କ୍ରିଷ୍ଣା,ଟି ନଟରାଜନ ।
ଇଂଲଣ୍ଡ ଦଳ: ଜାସନ ରୟ, ଜନି ବେୟାରଷ୍ଟୋ, ବେନ୍ ଷ୍ଟୋକ୍ସ, ଦାୱିଦ ମଲାନ, ଜୋସ ବଟଲର (ଅଧିନାୟକ), ଲିୟାମ ଲିଭିଙ୍ଗ୍ଷ୍ଟୋନ୍, ମୋଇନ୍ ଅଲି, ସାମ କୁରାନ, ମାର୍କ ଉଡ୍, ଆଦିଲ ରସିଦ, ରିସି ଟପଲୀ ।