ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ବିଭିନ୍ନ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ତେବେ ଅନ୍ୟପଟେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ୩ ଜିଲ୍ଲା ପାଇଁ ହିଟ୍ ୱେଭ୍ ଆଲର୍ଟ ଜାରି କରାଯାଇଛି। ଏହି ୩ ଜିଲ୍ଲା ହେଲା- ଖୋର୍ଦ୍ଧା, ନୟାଗଡ଼ ଓ କଟକ। ସେହିପରି ଉପକୂଳ ଓଡ଼ିଶାର ୬ ଜିଲ୍ଲା ପାଇଁ ଝଡ଼ତୋଫାନ ଓ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା-ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ। ମାର୍ଚ୍ଚ ୨୮ ତାରିଖ ସକାଳ ସାଢ଼େ ୮ଟାରୁ ମାର୍ଚ୍ଚ ୨୯ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଏହି ସତର୍କ ସୂଚନା ଜାରି କରାଯାଇଛି।
ସେହିପରି ଝଡ଼ତୋଫାନ ଓ ବଜ୍ରପାତ ନେଇ ମାର୍ଚ୍ଚ ୨୯ ତାରିଖ ସକାଳ ସାଢ଼େ ୮ଟାରୁ ମାର୍ଚ୍ଚ ୩୦ ତାରିଖ ସକାଳ ସାଢ଼େ ୮ଟା ଯାଏ ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ତେବେ ମତ୍ସ୍ୟଜିବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।
Weather warning for fishermen of Odisha coast pic.twitter.com/jK1WcGrjsx
— Meteorological Centre, Bhubaneswar (@mcbbsr) March 26, 2021