ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ କରୋନା ପଜିଟିଭ ହୋଇଥିବା ଜଣାପଡ଼ିଛି। ଏନେଇ ସେ ଆଜି ଟ୍ବିଟ୍ କରି ସୂଚନା ଦେଇଛନ୍ତି। କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସଚିନ ତେନ୍ଦୁଲକର ନିଜକୁ ହୋମ୍ କ୍ବାରେଣ୍ଟାଇନ୍ରେ ରଖିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତକିଛି ଦିନ ତଳେ ସଚିନ ତେନ୍ଦୁଲକର ରାୟପୁରରେ ଥିବାବେଳେ ତାଙ୍କର କରୋନା ଟେଷ୍ଟ ହୋଇଥିଲା। କରୋନା ଟେଷ୍ଟ ସମୟରେ ମାଷ୍ଟର ବ୍ଲାଷ୍ଟର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ। ସେୟାର ହୋଇଥିବା ଭିଡିଓଟିରେ ସଚିନ କୋଭିଡ ଟେଷ୍ଟ କରୁଥିବାର ଦେଖିବାକୁ ମିଳିଥିଲା। ଭିଡିଓ ପୋଷ୍ଟ କରି ସଚିନ କ୍ୟାପସନ୍ରେ ଲେଖିଛନ୍ତି ଯେ, ମୁଁ ୨୦୦ ଟେଷ୍ଟ ଖେଳିଛି ଆଉ ଏବେ ୨୭୭ କୋଭିଡ ଟେଷ୍ଟ। ଏକ ଛୋଟ ପ୍ରାଙ୍କ୍ ମାହୋଲକୁ ହାଲକା କରିବା ପାଇଁ। ସ୍ବାସ୍ଥ୍ୟକର୍ମୀଙ୍କୁ ଶତ ସଲାମ।
ସଚିନ ଯେଉଁ ଭିଡିଓଟି ପୋଷ୍ଟ କରିଛନ୍ତି ସେଥିରେ ମେଡିକାଲ ଷ୍ଟାଫ୍ ସଚିନଙ୍କ ନାକରେ ସ୍ବାବ ଷ୍ଟିକ ପୁରାଇ କରୋନା ଟେଷ୍ଟ କରୁଥିଲେ। ଠିକ୍ ସେହି ସମୟରେ ସଚିତ ଛିଙ୍କି ଦେଇଥିଲେ। ସଚିନଙ୍କ ଛିଙ୍କିବାକୁ ଦେଖି ସ୍ବାସ୍ଥ୍ୟକର୍ମୀ ଜଣକ ଭୟଭୀତ ହୋଇ ଯାଇଥିଲେ। ପରେ ସଚିନ ହସିବାକୁ ଲାଗିଥିଲେ। ସଚିନଙ୍କ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
— Sachin Tendulkar (@sachin_rt) March 27, 2021