ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ପିପିଲିରେ ମହାରଥୀ ପରିବାରରେ ଫଟାଫଟି ହୋଇଛି ବୋଲି ବିଭିନ୍ନ ମହଲରେ ହେଉଥିବା ଚର୍ଚାରେ ପୂର୍ଣ୍ଣ ଛେଦ ପଡିଛି | ମା ପୁଅ ଏକ, ପରିବାର ଏକ, ଦଳ ଏକ, ଆଉ ବିଜୟ ବି ବିଜେଡିର ହେବ ବୋଲି ଦୃଢୋକ୍ତି ବଢିଛି ବିଜେଡି | ଦିବଂଗତ ନେତା ପ୍ରଦୀପ ମହାରଥୀଙ୍କ ଧର୍ମପତ୍ନୀ ପ୍ରତିଭା ମହାରଥୀ କହିଛନ୍ତି ଯେ ” ମୋ ପୁଅ ଟିକଟ ପାଇଛି, ମୁ ସବୁଠୁ ବେଶୀ ଖୁସି | ଆମ ପରିବାରକୁ ପ୍ରାଧାନ୍ୟ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା |”