ସନ୍ଷ୍ଟାର ଟିଭି ବ୍ୟୁରୋ
ପିପିଲି: ପିପିଲି ଉପନିର୍ବାଚନ ପାଇଁ ଆଜି ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିଛିି । ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀଙ୍କୁ ପିପିଲି ପାଇଁ ପ୍ରାର୍ଥୀ କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡିର ପ୍ରାର୍ଥୀ ଭାବେ ନାଁ ଘୋଷଣା ପରେ ରୁଦ୍ର ମହାରଥୀ ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ‘ମା’ ବାପାଙ୍କ ଆର୍ଶୀବାଦ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆର୍ଶୀବାଦରୁ ଏହି ସୁଯୋଗ ମିଳିଛି । ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବି । ପିପିଲି-ଡେଲାଙ୍ଗ ମାଟିର ଲୋକଙ୍କ ଅଗ୍ରଗତି ଓ ପ୍ରଗତି ମୋର ଗୁରୁତ୍ୱ । ମା’ଙ୍କ ଆର୍ଶୀବାଦ ସବୁବେଳେ ମୋ ସହ ଅଛି ।’