ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଆଜି ଭାରତ ବନ୍ଦ ଡାକରା ଦେଇଛି କୃଷକ ସଂଗଠନ । ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ରହିବ ଭାରତ । ତେବେ ଏହି ବନ୍ଦର ପ୍ରଭାବ ରାଜ୍ୟରେ ଦେଖାଯାଇଛି । ଗାଡ଼ିମଟର ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି । ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଛି । ବାଲେଶ୍ଵର ରେ ବନ୍ଦ ଡାକରାକୁ ସମର୍ଥନ କରି ରେଳ ରୋକ କରାଯାଇଛି । ବିଭିନ୍ନ ରାଜପଥରେ ଟାୟାର ଜାଳି ଏହି ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି । ତେବେ ଏହି ଡାକରାରେ କୃଷକ ସଂଗଠନକୁ ସମର୍ଥନ ଜଣାଇଛି କଂଗ୍ରେସ ।
ସୂଚନାଯୋଗ୍ୟ, ୪ ମାସ ହେବ କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ରାଜରାସ୍ତାରେ ହଜାର ହଜାର କୃଷକ ଧାରଣାରେ ବସି ରହିଥିଲେ ମଧ୍ୟ ସରକାର ସେମାନଙ୍କ କଥାକୁ କର୍ଣ୍ଣପାତ କରୁନାହାନ୍ତି । ସେଥିପାଇଁ ଦେଶବ୍ୟାପୀ ବନ୍ଦ ଡାକରା ଦେଇଛି କୃଷକ ମୋର୍ଚ୍ଚା । ତେବେ Msp କ୍ରୟ ଉପରେ ଗ୍ୟାରେଣ୍ଟି ଦେବାକୁ ନେଇ ଆଇନ ତିଆରି କରିବା, ବିଦ୍ୟୁତ୍ ବିଲ ୨୦୨୦ ଆଇନ୍ କୁ ପ୍ରତ୍ୟାହାର କରିବା ଓ ଡିଜେଲ, ପେଟ୍ରୋଲ, ଇନ୍ଧନ ଗ୍ୟାସ ର ମୂଲ୍ୟ ଅଧା କରିବାର ଦାବି ନେଇ କୃଷକ ସଂଗଠନ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ।