ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ପୁଣି କଳିଙ୍ଗ ଷ୍ଟୁଡିଓକୁ ନୂତନ ରୂପରେଖ ଦିଆଯିବ । ପୁନଃବିକଶିତ ହେବ କଳିଙ୍ଗ ଷ୍ଟୁଡିଓ । ଏଥିପାଇଁ ଆଜି(ଗୁରୁବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତି ପ୍ରସ୍ତର ସ୍ଥାପନା କରିଛନ୍ତି । କୋଭିଡ୍ ନିୟମ ପାଳନ କରି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିସହିତ ଷ୍ଟୁଡିର ବିକାଶ ନେଇ ପ୍ରସ୍ତୁତ କରାଯାଇଥିବା ନକ୍ସାର ମଡେଲକୁ ମୁଖ୍ୟମନ୍ତ୍ରୀଙ୍କ ଆଗରେ ପ୍ରଦର୍ଶନ କରାଯାଇଛି ।
ଶିଳ୍ପମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ବୁଧବାର ସନ୍ଧ୍ୟାରେ ବରିଷ୍ଠ ଅଧିକାରୀଙ୍କ ଗହଣରେ ଆସି ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଥିଲେ । ଶିଳାନ୍ୟାସ କାର୍ଯ୍ୟକ୍ରମରେ କେବଳ ସୀମିତ ସଂଖ୍ୟକ ସିନେ କଳାକାର ଓ ସିନେଜଗତ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରାଯାଇଛି ।କାର୍ଯ୍ୟକ୍ରମରେ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ପ୍ରୋଜେକ୍ଟ ପାଇଁ 200 କୋଟି ଟଙ୍କା ଅର୍ଥ ମଞ୍ଜୁର କରାଯାଇଛି ।