ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ୍ ବିରୋଧ କରି କୃଷକ ସଂଗଠନର ଆନ୍ଦୋଳନ ଜାରି ରହିଛି। ଏମଏସପି ଉପରେ ସ୍ଵତନ୍ତ୍ର ଆଇନ ଆଣିବା ଏବଂ ତିନି କୃଷି ଆଇନ ପ୍ରତ୍ୟାହାର କରିବା ଦାବିରେ ଅଡି ରହିଛନ୍ତି। ଆସନ୍ତାକାଲି କୃଷକଙ୍କ ଆନ୍ଦୋଳନକୁ ଚାରି ମାସ ପୂରଣ ହେବାକୁ ଯାଉଛି। ଏହି ଅବସରରେ ମାର୍ଚ୍ଚ ୨୬ରେ କୃଷକ ସଙ୍ଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି। କାଲି ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ କରିବେ ଚାଷୀ ସଂଗଠନ । ବନ୍ଦ ପାଳନକୁ ବିଭିନ୍ନ ସଂଗଠନର ସମର୍ଥନ ମିଳିଥିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେବା ଆଶଙ୍କା କରାଯାଉଛି ।
ଏହି ବନ୍ଦରେ ବ୍ୟବସାୟୀ ସଂଗଠନ, ଟ୍ରେଡ୍ ୟୁନିୟନ, ଟ୍ରକ୍ ୟୁନିୟନ, ବସ୍ ୟୁନିୟନ ଏହି ଆନ୍ଦୋଳନକପ ସମର୍ଥନ ଦେବେ । ଆନ୍ଦୋଳନ ପୂର୍ବରପ କୃଷକ ନେତା ଲୋକଙ୍କୁ ହାତ ଯୋଡି କ୍ଷମପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ବନ୍ଦ ପାଇଁ ହେଉଥିବା ଅସୁବିଧା ଆମେ ଦୁଃଖିତ । ତେବେ ବନ୍ଦକୁ ସବୁ ୟୁନିୟନର ସମର୍ଥନ ମିଳିଥିବାରୁ ସଫଳ ହେବା ନେଇ ଆଶାବାଦୀ ଅଛନ୍ତି ବେଲି ଭାରତୀୟ କୃଷକ ୟୁନିୟନର ପ୍ରଦେଶ ଅଧ୍ୟକ୍ଷ ରାଜବୀର ସିଂହ ଜାଦୋନ୍ କହିଛନ୍ତି ।
ସୂଚନାଯୋଗ୍ୟ, କୃଷକ ସଂଗଠନ ଓ କେନ୍ଦ୍ର ସରକାର ମଧ୍ୟରେ ଗତ କିଛି ମାସରେ ୧୦ରୁ ଅଧିକ ପର୍ଯ୍ଯାୟରେ ଆଲୋଚନା ହୋଇ ସାରିଛି। ହେଲେ ଉଭୟ ପକ୍ଷରୁ କୌଣସି ସମାଧାନର ରାସ୍ତା ବାହାରି ପାରିନାହିଁ।