ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ ୨୬ ଅର୍ଥାତ ଶୁକ୍ରବାର ଦିନ ଭାରତ ବନ୍ଦ ରହିବ । କେନ୍ଦ୍ର ସରକାରଙ୍କ ୩ ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଏହି ବନ୍ଦ ଡାକରା ଦେଇଛି ସଂଯୁକ୍ତ କୃଷକ ମୋର୍ଚ୍ଚା । ୪ ମାସ ହେବ କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ରାଜରାସ୍ତାରେ ହଜାର ହଜାର କୃଷକ ଧାରଣାରେ ବସି ରହିଥିଲେ ମଧ୍ୟ ସରକାର ସେମାନଙ୍କ କଥାକୁ କର୍ଣ୍ଣପାତ କରୁନାହାନ୍ତି । ସେଥିପାଇଁ ଦେଶବ୍ୟାପୀ ବନ୍ଦ ଡାକରା ଦେଇଛି କୃଷକ ମୋର୍ଚ୍ଚା ।
ତେବେ Msp କ୍ରୟ ଉପରେ ଗ୍ୟାରେଣ୍ଟି ଦେବାକୁ ନେଇ ଆଇନ ତିଆରି କରିବା, ବିଦ୍ୟୁତ୍ ବିଲ ୨୦୨୦ ଆଇନ୍ କୁ ପ୍ରତ୍ୟାହାର କରିବା ଓ ଡିଜେଲ, ପେଟ୍ରୋଲ, ଇନ୍ଧନ ଗ୍ୟାସ ର ମୂଲ୍ୟ ଅଧା କରିବାର ଦାବି ନେଇ ସଂଯୁକ୍ତ କୃଷକ ମୋର୍ଚ୍ଚା ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ତେବେ ଏହି ସମୟରେ ଦୋକାନ, ବଜାର, ଗାଡ଼ି ମଟର ଚଳାଚଳ ବନ୍ଦ ରହିବ ।
ତେବେ ଏହି ଭାରତ ବନ୍ଦ ଡାକରାକୁ ସମର୍ଥନ କରିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି କୃଷକ ମୋର୍ଚ୍ଚା ।