ସନଷ୍ଟାର ଟିଭି ବ୍ୟୁରୋ
ମାଲକାନଗିରି: ଦୀର୍ଘ ଦିନ ପରେ ଓଡ଼ିଶାକୁ ପୁଣି ଫେରିଛି ନାଇଟ୍ କର୍ଫ୍ୟୁ। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ମାଲକାନଗିରି ଜିଲ୍ଲା ପ୍ରଶାସନ ମାଲକାନଗିରିରେ ନାଇଟ୍ କର୍ଫ୍ୟୁ ଜାରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆଜିଠୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସାରା ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଛି।
ଦୈନିକ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିଛି। ଜରୁରୀ କାମ ନଥିଲେ ଲୋକଙ୍କୁ ବାହାରକୁ ବାହାରିବାକୁ ବାରଣ କରାଯାଇଛି।