ସନଷ୍ଟାର ଟିଭି ବ୍ୟୁରୋ
ପୁନେ: ଆରମ୍ଭ ହୋଇଯାଇଛି ବିଶ୍ବର ଦୁଇ ପ୍ରମୁଖ କ୍ରିକେଟ ଟିମ ଭାରତ ଓ ଇଂଲଣ୍ଡ ମଧ୍ୟରେ ମହମୁକବିଲା। , ୩ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ ର ପ୍ରଥମ ମ୍ୟାଚରେ ଟସ୍ ଜିତି ଇଂଲଣ୍ଡ ବୋଲିଙ୍ଗ କରିବାର ନିଷ୍ପତ୍ତି ନେଇଥିଲା ବେଳେ ଇଣ୍ଡିଆ ପକ୍ଷରୁ ପଡିଆକୁ ଓହ୍ଲାଇଛନ୍ତି ଶିଖର ଧୱନ୍ ଓ ରୋହିତ ଶର୍ମା ।
ଅହମ୍ମଦାବାଦରେ ଆୟୋଜିତ ଟି-୨୦ ମ୍ୟାଚ୍ ରେ ଇଣ୍ଡିଆ ବିଜୟ ହାସଲ କରିଥିବାରୁ ଦୃଢ଼ ମନୋବଳ ସହ ବିରାଟ ବାହିନୀ ଖେଳିବାକୁ ଯାଉଛି । ଅପରପକ୍ଷେ ଇଂଲଣ୍ଡ ମଧ୍ୟ ପୁର୍ବ ମ୍ୟାଚ୍ ରେ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ।
ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି(ଅଧିନାୟକ), ଶ୍ରେୟାସ ଆୟର,କେ. ଏଲ. ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ, ଭୁବନେଶ୍ୱର କୁମାର, ସର୍ଦୁଲ ଠାକୁର, କୁଲଦୀପ ଯାଦବ, ପ୍ରାସିଦ ।
ସମ୍ଭାବ୍ୟ ଇଂଲଣ୍ଡ ଦଳ: ଜାସନ ରୟ, ଜନି ବେୟାରଷ୍ଟୋ, ବେନ ଷ୍ଟୋକ୍ସ, ଇୟନ ମୋର୍ଗାନ(ଅଧିନାୟକ), ଜୋସ ବଟଲର, ସାମ ବିଲିଙ୍ଗ୍ସ, ମୋଇନ ଅଲି, ଏସ କୁରାନ, ଟମ କୁରାନ, ଆଦିଲ ରସିଦ, ମାର୍କ ଉଡ୍ ।