ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ,ଏଜେନ୍ସି: ଜଳ ହେଉଛି ଜୀବନ। ଜଳ ବିନା ସମଗ୍ର ଜୀବଜଗତ ବଞ୍ଚିବା କଷ୍ଟକର। ଜଳର ସୁରକ୍ଷା ଓ ଏହାର ବ୍ୟବାହର ସମସ୍ତଙ୍କର ଉତ୍ତର ଦାୟିତ୍ୱ ହେବା ଦରକାର। ବିଶ୍ୱ ଜଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ଜଳ ଶକ୍ତି ଅଭିଯାନ’ ଆରମ୍ଭ କରିବେ। ଭିଡିଓ କନଫରେନ୍ସିଂରେ ମୋଦୀ ଆଜି ଅପରାହ୍ଣ ୧୨ଟା ୩୦ରେ ଜଳ ଶକ୍ତି ଅଭିଯାନକୁ ଶୁଭାରମ୍ଭ କରିବେ।
କାର୍ଯ୍ୟକ୍ରମ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଟୁଇଟ କରି ସୂଚନା ଦେଇଛନ୍ତି। ଏହି ଅଭିଯାନରେ ସମଗ୍ର ଭାରତରେ ବର୍ଷା ଜଳକୁ କିଭଳି ସଂଗ୍ରହ କରାଯାଇ ସୁରକ୍ଷିତ ଭାବରେ ରଖାଯାଇ ପାରିବ ମୋଦୀ ସେନେଇ ପରାମର୍ଶ ଦେବେ।
କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ସହିତ ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶ ସରକାର ବୁଝାମଣା ସ୍ୱାକ୍ଷର କରିଛନ୍ତି। ବୁଝାମଣା ଅନୁସାରେ ନଦୀ ସଂଯୋଗୀକରଣ ପ୍ରକଳ୍ପ ଉପରେ ନିର୍ମାଣ କାମ ଆରମ୍ଭ କରାଯିବ। ସୂଚନାଯୋଗ୍ୟ ଯେ, ଜଳ ଶକ୍ତି ଅଭିଯାନ ଆସନ୍ତା ନଭେମ୍ବର ୩୦ ତାରିଖ ଯାଏଁ ଚାଲିବ।