ସନଷ୍ଟାର ଟିଭି ବ୍ୟୁରୋ
ଓଡ଼ିଶାରେ ଅଧ୍ୟାପକ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ । ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଥିବା ୯୭୨ ଅଧ୍ୟାପକ ପଦବୀରେ ନିଯୁକ୍ତି ପାଇଁ State Selection Board (SSB) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଆଜିଠୁ ଅନ୍ଲାଇନ୍ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଯୋଗ୍ୟ ଓ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ୍ ୱେବ୍ସାଇଟ୍ http://www.ssbodisha.nic.in କୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ।
ଅଧ୍ୟାପକ ପଦବୀ ପାଇଁ ଯୋଗ୍ୟ ଓ ଇଚ୍ଛୁକ ପ୍ରାର୍ଥୀ କେବଳ ଅନ୍ଲାଇନ୍ରେ ହିଁ ଆବେଦନ କରିପାରିବେ।ଦରମା ୪୪,୯୦୦ ଟଙ୍କା-୧,୪୨,୪୦୦(ମାଟ୍ରିକ୍ସ ଲେଭଲ୍ ୧୦ ଅନୁସାରେ) ରହିଛି। ଅନ୍ଲାଇନ୍ ଆପ୍ଲିକେସନ୍ ଆବେଦନ କରିବାର ଶେଷ ତାରିଖ ଏପ୍ରିଲ ୨୧ ରହିଥିବା ବେଳେ ସର୍ବନିମ୍ନ ଓ ସର୍ବାଧିକ ବୟସ ଯଥାକ୍ରମେ ୨୧ ଓ ୪୨ ବର୍ଷ ହୋଇଥିବା ଆବଶ୍ୟକ। ମହିଳା, ex-servicemen, SC, ST, Socially and Educationally backward Classes (SEBC) ପ୍ରାର୍ଥୀଙ୍କ ବୟସ ସୀମାରେ କୋହଳ କରାଯାଇଛି। ଯେଉଁ ବିଷୟରେ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଛନ୍ତି, ସେହି ବିଷୟରେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ୫୫% ମାର୍କ ସହ ମାଷ୍ଟର ଡିଗ୍ରୀ କରିଥିବା ଆବଶ୍ୟକ।
ଲିଖିତ ପରୀକ୍ଷା, କ୍ୟାରିୟର ଓ viva-voce ଟେଷ୍ଟ୍ ମାଧ୍ୟମରେ ପ୍ରାର୍ଥୀଙ୍କୁ ଚୟନ କରାଯିବ। ଜେନେରାଲ୍ଙ୍କ ପାଇଁ ଆପ୍ଲିକେସନ୍ ଫି’ ୫୦୦ ଟଙ୍କା ଥିବାବେଳେ SC/ST/OBC/PWD ପ୍ରାର୍ଥୀଙ୍କ ପାଇଁ ଆପ୍ଲିକେସନ୍ ଫି’ ୨୦୦ ଟଙ୍କା ରହିଛି।
ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଓ ସମ୍ବଲପୁରରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ। ଆନ୍ଥ୍ରୋପୋଲୋଜି, ବଟ୍ନି, କେମିଷ୍ଟ୍ରି, କମର୍ସ, ଇକୋନୋମିକ୍ସ, ଏଜୁକେସନ୍, ଇଂରାଜୀ, ହୋମ୍ ସାଇନ୍ସ, ଆଇଆର୍ପିଏମ୍, ଲଜିକ୍, ଫିଲୋସୋଫି, ଗଣିତ, ଫିଜିକ୍ସ, ପଲିଟିକାଲ୍ ସାଇନ୍ସ , Psychology, ସଂସ୍କୃତ, ସୋସିଓଲୋଜି, Statistics, ଓ ଜୁଲୋଜି ବିଷୟରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀରେ ନିଯୁକ୍ତି ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି