ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ‘ଦି ନ୍ୟାସ୍ନାଲ୍ ଟେଷ୍ଟିଙ୍ଗ୍ ଏଜେନ୍ସି’ (ଏନ୍ଟିଏ) ତା’ର ୱେବ୍ସାଇଟ୍ରେ ‘ଜେଇଇ ମେନ୍ ୨୦୨୧’ ଏପ୍ରିଲ୍ ସେସନ୍ର ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଆରମ୍ଭ କରିବ। jeemain.nta.nic.in ୱେବସାଇଟ ମାଧ୍ୟମରେ ଏଥିପାଇଁ ରେଜିଷ୍ଟ୍ରେସନ୍ ଫର୍ମ ରିଲିଜ୍ ହେବ ।
ତେବେ ଏହି ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ଏପ୍ରିଲ୍ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟ ସକାଳ ୯ଟାରୁ ଦିନ ୧୨ଟା ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଅନ୍ଲାଇନ୍ରେ ରେଜିଷ୍ଟ୍ରେସନ୍ ଫି’ ବାବଦକୁ ୬୫୦ ଟଙ୍କା ପୈଠ କରିବାକୁ ପଡ଼ିବ।
‘ବିଟେକ୍’ ଏବଂ ‘ବିଇ’ ଭଳି ଇଞ୍ଜିନିୟରିଙ୍ଗ୍ ପାଠ୍ୟକ୍ରମ ନିମନ୍ତେ ଏପ୍ରିଲ୍ ମାସରେ ’ଜେଇଇ ମେନ୍ ୨୦୨୧’ ପରୀକ୍ଷା କରାଯିବ।