ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କ୍ଷମତାକୁ କେନ୍ଦ୍ର କରି ମହାରାଷ୍ଟ୍ର ସରକାରରେ ବିବାଦ ଲାଗି ରହିଛି। ଏହାରି ମଧ୍ୟରେ ଗତକାଲି ଦିଲ୍ଲୀସ୍ଥିତ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ନିବାସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଆୟୋଜନ କରାଯାଇଥିଲା। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଅନିଲ ଦେଶମୁଖ ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେବାର କୌଣସି ଆବଶ୍ୟକତା ନାହିଁ।
ବୈଠକରେ ଜୟନ୍ତ ପାଟିଲ କହିଥିଲେ ଯେ, ଅନିଲ ଦେଶମୁଖ ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେବାର ଆବଶ୍ୟକତା ନାହିଁ। ଯିଏ ଦୋଷୀ ସାବ୍ୟସ୍ତ ହେବେ, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ବୈଠକରେ କଂଗ୍ରେସ ତରଫରୁ କମଲନାଥ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ପୂର୍ବତନ ପୁଲିସ କମିସନର ପରମବୀର ସିଂହ ଦ୍ୱାରା ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନିଲ ଦେଶମୁଖଙ୍କ ଉପର ୧୦୦ କୋଟି ଟଙ୍କା ଅସୁଲି ଅଭିଯୋଗ ହୋଇଛି। ଏହି ଖବର ପ୍ରଚାର ଓ ପ୍ରସାର ହେବା ପରେ ଅଘାଡି ସରକାର ଅଡୁଆରେ ପଡ଼ିଯାଇଛି। ତେବେ ଏହି ଘଟଣାକୁ ଏଟିଏସ୍ ଓ ଏନଆଇଏ ଯାଞ୍ଚ କରୁଛି।