ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଓଡିଶା ପାରମ୍ପରିକ ଖାଦ୍ୟ ମଧ୍ୟରେ ପଖାଳ ବେଶ୍ ଆଦରଣୀୟ । ଖରାର ପ୍ରକୋପ ଯେତେ ବଢେ ପଖାଳ ଖାଇବାର ମଜା ମଧ୍ୟ ସେତେ ବଢେ । ପଖାଳ ସାଙ୍ଗକୁ ଚୂନା ମାଛ, ଆଳୁ ଭର୍ତ୍ତା, ବଡ଼ି ଚୁରା, ଛୁଇଁ ଭଜା, ଟମାଟୋ, ବାଇଗଣ ଚକଟା, ଶୁଖୁଆ ଖାଇ ଢ଼ୋକେ ତୋରାଣି ପିଇଦେଲେ ସବୁ ମନ ତୃପ୍ତି ହୋଇଯାଏ । ତେବେ ଜାଣନ୍ତୁ ପଖାଳର ଔଷଧୀୟ ଗୁଣ ବିଷୟରେ ।
- ପଖାଳରେ ହଜମ କ୍ରିୟା ସହଜ ହୋଇଥାଏ।
- ପଖାଳ ଭାତରେ ଶକ୍ତିବର୍ଦ୍ଧକ ଉପାଦାନ ରହିଛି। ପ୍ରାତଃ ଭୋଜନରେ ପଖାଳ ଭାତ ଖାଇଲେ ଶରୀରରେ ଫୁର୍ତ୍ତି ଆସିବା ସାଙ୍ଗକୁ ପେଟରେ ଅଲସର୍ର ସମସ୍ୟା ଥିଲେ, ତାହା ଦୂରେଇ ଯାଇଥାଏ ବୋଲି କୁହାଯାଏ।
- ଖରା ଦିନରେ ଦେହରୁ ତାତି କମାଇବା ପାଇଁ ତଥା ପେଟ ଗରମ ଓ ଦେହରେ ପାଣି କମିଯିବା ଭଳି ରୋଗର ପ୍ରତିକାର ନିମନ୍ତେ ପଖାଳ ଖିଆ ଯାଇଥାଏ।