ସନ ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କାର୍ଯ୍ୟରେ ଅବହେଳା ଯୋଗୁଁ ଜଣେ ସରକାରୀ କର୍ମଚାରୀଙ୍କ ଉପରେ ବସିଛି ମୋ ସରକାର ଛାଟ ।ଜାତିଗତ ପ୍ରମାଣପତ୍ରରେ ବିଳମ୍ବ କରିବାରୁ ଭଣ୍ଡାରିପୋଖରୀ ଅତିରିକ୍ତ ତହସିଲଦାର ଶରତ କୁମାରଙ୍କ ସ୍ବାଇଁଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଏଥିସହିତ ତାଙ୍କ ବିରୋଧରେ ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ ହୋଇଛି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସାଧାରଣ ଲୋକ ଏହି ଅବହେଳା ବାବଦରେ ଅଭିଯୋଗ କରିବା ପରେ ମୋ ସରକାର ପକ୍ଷରୁ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହାପୂର୍ବରୁ ମଧ୍ୟ ଶହେରୁ ଅଧିକ ସରକାରୀ କର୍ମଚାରୀଙ୍କ ବିରୋଧରେ ମୋ ସରକାର ତଥା 5-T କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।