ସନଷ୍ଟାର ଟିଭି ବ୍ୟୁରୋ
ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ବିମାନର ସିଢ଼ି ଚଢ଼ିବା ସମୟରେ ବାରମ୍ବାର ଝୁଣ୍ଟିବାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ସୂଚନା ଅନୁସାରେ, ଏଟଲାଣ୍ଟା ଅଭିମୁଖେ ଯାତ୍ରା ପାଇଁ ବାହାରିଥିବା ବେଳେ ଆମେରିକା ରାଷ୍ଟ୍ରପତିଙ୍କ ସହ ଏହି ଘଟଣା ଘଟିଥିଲା । ଯେତେବେଳେ ସେ ଏୟାର ଫୋର୍ସ ୱନ୍ର ସିଢ଼ିରେ ଚଢ଼ୁଥିଲେ, ଏହି ସମୟରେ ସେ ନିଜର ନିୟନ୍ତ୍ରଣ ହରାଇବା ଯୋଗୁ ଝୁଣ୍ଟି ପଡ଼ିଥିଲେ । ଏହାପରେ ନିଜକୁ ସମ୍ଭାଳିବା ପାଇଁ ସେ ଚେଷ୍ଟା କରିଥିଲେ । ହେଲେ ଯେତେବେଳେ ସେ ଆଉ ୨ଟି ସିଢ଼ି ଚଢ଼ିଥିଲେ ପୁଣି ଥରେ ଝୁଣ୍ଟି ପଡ଼ିଥିଲେ । ଏଭଳି ସେ ୩ ଥର ଝୁଣ୍ଟି ପଡ଼ିଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । ଦୁଇଥର ଯାକ ହାତରେ ଭରା ଦେଇ ସେ ଉଠିଥିଲେ । ହେଲେ ତୃତୀୟ ଥର ଯେତେବେଳେ ସେ ଝୁଣ୍ଟି ପଡ଼ିଥିଲେ ସିଢ଼ିରେ ସେ ଆଣ୍ଠୁ ମାଡ଼ି ପଡ଼ି ଯାଇଥିଲେ । ତିନି ତିନି ଥର ଝୁଣ୍ଟି ପଡ଼ିବା ପରେ ମଧ୍ୟ ସେ ସିଢ଼ିର ସାଇଡ୍ ରେଲିଙ୍ଗ ଧରି ସିଢ଼ି ଚଢ଼ି ବିମାନ ଭିତରକୁ ପ୍ରବେଶ କରିଥିଲେ । ଆଶ୍ୱସ୍ତର କଥା, ଜୋ ବାଇଡେନ୍ଙ୍କୁ କୌଣସି ପ୍ରକାର ଆଘାତ ଲାଗି ନାହିଁ ଓ ସେ ସୁସ୍ଥ ଅଛନ୍ତି ।
WATCH: Biden falls three times trying to climb the stairs to board Air Force One pic.twitter.com/IfDUjLPQB4
— Breaking911 (@Breaking911) March 19, 2021