ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ଯେଉଁ ପରୀକ୍ଷା କରାଯାଏ ସେଥିରେ ଏବେ ନୂତନ ନିୟମ ଯୋଡି ହେବାକୁ ଯାଉଛି । ସଡକ ସୁରକ୍ଷା ତଥା ରାସ୍ତାରେ ନିରାପଦ ଭାବେ ଗାଡି ଚଳାଚଳ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ତେବେ ଏହି ନୂତନ ନିୟମ ଅନୁଯାୟୀ, ଡ୍ରାଇଭିଂ ଲାଇସେନ୍ସ ଜାରି କରିବା ପୂର୍ବରୁ ଆପ୍ଲାଇ କରିଥିବା ବ୍ୟକ୍ତିଙ୍କର ଭିଡିଓ ଟ୍ୟୁଟୋରିଆଲ ଦେଖାଯିବ । ଡ୍ରାଇଭିଂ ଟେଷ୍ଟର ଏକ ମାସ ପୂର୍ବରୁ ଦେଖାଯାଉଥିବା ଏହି ଭିଡିଓ ଟ୍ୟୁଟୋରିଆଲରେ ସେଫ୍ ଡ୍ରାଇଭିଂ ସମ୍ପର୍କିତ ସୂଚନା ଦିଆଯିବ । ଏହାଛଡା ଆବେଦନକାରୀଙ୍କର ଦୁର୍ଘଟଣା ପୀଡିତ ପରିବାର ସହିତ ମଧ୍ୟ ଆଲୋଚନା କରାଯିବ । ଏଭଳି କରିବା ଦ୍ବାରା ରାସ୍ତା ଉପରେ ନିଜର ଓ ଅନ୍ୟର ଜୀବନର ଗୁରୁତ୍ବକୁ ଗ୍ରହଣ କରିହେବ ।
କେନ୍ଦ୍ରୀୟ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ (MoRTH) ଏବେ ସେଫ ଡ୍ରାଇଭିଂକୁ ନେଇ କଡା ନିମୟ ଆଣିବାକୁ ଯାଉଛି । ତେବେ ଏହି ନୂତନ ନିୟମ ନଭେମ୍ବର ୨୦୨୧ ରୁ ଲାଗୁ ହେବ । ନିୟମ ଅନୁସାରେ, ଯଦି ଆପଣଙ୍କ ପାଖରେ ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ ଅଛି ଓ ଆପଣ ଟ୍ରାଫି ରୁଲ୍ ଭାଙ୍ଗିଛନ୍ତି ତେବେ ଆପଣଙ୍କୁ ସେଫଟି ସାର୍ଟିଫିକେଟ୍ କୋର୍ସ ପାସ୍ କରିବାକୁ ହେବ । ଆପଣଙ୍କୁ ଏଥିପାଇଁ ରିଫ୍ରେସର କୋର୍ସ ପୁରା କରିବାକୁ ୩ ମାସ ସମୟ ମିଳିବ । ଏହି କୋର୍ସ ପୁରା କରିଥିବା ଡ୍ରାଇଭରଙ୍କ ଆଧାର କାର୍ଡକୁ ଡ୍ରାଇଭିଂ ଲାଇସେନ୍ସ ସହିତ ଯୋଡା ଯିବ, ଯାହାଫଳରେ ତାଙ୍କର ଡ୍ରାଇଭିଂ ଟ୍ରାକ୍ କରିହେବ ।