ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ବିଧାନସଭା ଅଧିବେଶନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହୁନଥିବାରୁ ତାକୁ ନେଇ ରାଜନୀତି ତୀବ୍ରତର ହେବାରେ ଲାଗିଛି । ଆଜି ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବା ପାଇଁ ଏକ ବିଶାଳ ଶୋଭାଯାତ୍ରାରେ ନବୀନ ନିବାସ ଅଭିମୁଖେ ଯାତ୍ରା କରିଛନ୍ତି ବିଜେପିର ଏକାଧିକ କର୍ମୀ । ହାତରେ ପ୍ଲାକାର୍ଡ ଧରି ରାଲି କରୁଛନ୍ତି ବିରୋଧି ଦଳ ନେତାମାନେ । ରାଜନୈତିକ କାର୍ଯ୍ୟ ପାଇଁ ଅନ୍ୟ ଜିଲ୍ଲାଗୁଡିକୁ ଯାଇ ପାରୁଥିବା ବେଳେ ବିଧାନସଭା ଗୃହକୁ କଣ ପାଇଁ ଆସୁନାହାନ୍ତି ପ୍ରଶ୍ଲ କରୁଛନ୍ତି ବିଜେପି ଦଳ ନେତା ।
ତେବେ ଅନ୍ୟପଟେ ନବୀନ ନିବାସ ସାମ୍ନାରେ ବିଜେପି କର୍ମୀମାନଙ୍କୁ ସ୍ଵାଗତ କରିବା ପାଇଁ ହାତରେ ପୂଜା ଥାଳି, ଶଙ୍ଖ ଫୁଲ ଧରି ସେମାନଙ୍କୁ ସ୍ଵାଗତ କରିବା ପାଇଁ ଅପେକ୍ଷା କରି ରହିଛନ୍ତି ବେଜେଡି ବିଜୁ ଯୁବ, ଛାତ୍ର, ମହିଳା ଜନତା ଦଳର କର୍ମୀମାନେ ।