ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ରାମାୟଣ ଧାରାବାହିକର ପ୍ରସିଦ୍ଧ ଅଭିନେତା ଅରୁଣ ଗୋଭିଲ୍ ଆଜି ପଦ୍ମ ଧରିଛନ୍ତି । ଦିଲ୍ଲୀର ବିଜେପି କାର୍ଯ୍ୟାଳୟରେ ସେ ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି । ତେବେ ଏହି ମିଶ୍ରଣ ପର୍ବରେ ରାଷ୍ଟ୍ରୀୟ ମହା ସଚିବ ଅରୁଣ ସିଂ ଉପସ୍ଥିତ ଥିଲେ । ବିଜେପିରେ ମିଶିବା ପରେ ସେ କହିଛନ୍ତି ଯେ ଆମର ଯାହା କର୍ତ୍ତବ୍ୟ ରହିଛି ତାହା ପାଳନ କରିବା ଉଚିତ୍ । ଏହା ପୂର୍ବରୁ ମୋତେ ରାଜନିତୀରେ ବିଷୟରେ ଅଧିକ କିଛି ଜଣା ନଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେବେଠୁ ଦେଶକୁ ଚଳାଉଛନ୍ତି ସେବେଠୁ ଦେଶର ପରିଭାଷା ବଦଳି ଯାଇଛି ।
ତେବେ ଆଗକୁ ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେବେ ଏହି ଅବସରରେ ଅରୁଣ ଗୋବିନ୍ଦଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ହୋଇପାରେ ।ବିଧାନସଭା ନିର୍ବାଚନରେ ମଧ୍ୟ ତାଙ୍କୁ ସିଟ୍ ମିଳିପାରେ । ତେବେ ଏଯାଏଁ ଏନେଇ ପାର୍ଟି ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ । ଅରୁଣ ଗୋଭିଲ୍ ୯୦ ଦଶକରେ ଘରେ ଘରେ ବେଶ୍ ପରିଚିତ ଥିଲେ । ରାମାନନ୍ଦ ସାଗରଙ୍କ ହିନ୍ଦୀ ଧାରାବାହୀକ ରାମାୟଣରେ ସେ ଭଗବାନ ରାମଙ୍କ ଭୂମିକା ତୁଲାଇଥିଲେ ।