ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ପୁଅର ଚାପୁଡ଼ା ମାଡ଼ରେ ମାଆ ର ମୃତ୍ୟୁ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଦିଲ୍ଲୀର ଦ୍ବାରକା ଅଞ୍ଚଳରେ । ଏକ ଯୁକ୍ତିତର୍କ ପରେ ଜଣେ ୪୫ ବର୍ଷୀୟ ପୁଅର ଚାପୁଡ଼ା ମାଡ଼ରେ ୭୬ ବୟସ୍କା ମାଆଙ୍କର ମୃତ୍ୟୁ ଘଟିଛି। ଏହି ସମୟର ଦୃଶ୍ୟ ସିସିଟିଭିରେ କଏଦ ହେବା ପରେ ଏହା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ମୃତକ ମହିଳା ଜଣକ ହେଉଛନ୍ତି ଅବତାର କୌର୍।
ଭିଡିଓରେ ଦେଖିବାକୁ ମିଳିଛି ଯେ ମହିଳା ଜଣକ ଘର ବାହାରେ ଛିିଡ଼ା ହୋଇ ନିଜ ପୁଅ ବୋହୂଙ୍କ ସହ ଯୁକ୍ତି କରୁଛନ୍ତି। ସେତିକି ବେଳେ ରାଗରେ ଆସି ତାଙ୍କ ପୁଅ ମାଆଙ୍କୁ ଏକ ଚାପୁଡ଼ା ମାରୁଛନ୍ତି। ପୁଅର ଚାପୁଡ଼ା ବାଜିବା ପରେ ତଳେ ପଡ଼ି ଯାଉଛନ୍ତି ବୟସ୍କା ମହିଳା ଜଣକ। ତା’ପରେ ତାଙ୍କ ବୋହୂ ଯାଇ ଶାଶୂଙ୍କୁ ତଳୁ ଉଠାଇବାକୁ ଚେଷ୍ଟା କରୁଛନ୍ତି ।
ସୂଚନା ଅନୁସାରେ ଘଟଣା ଘଟିବା ପରେ ମହିଳାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲ୍କୁ ନିଆ ଯାଇଥିଲା। ମାତ୍ର ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି ବିନ୍ଦାପୁର ପୁଲିସ୍ ୪୫ ବର୍ଷୀୟ ଅଭିଯୁକ୍ତ ପୁଅ ନାମରେ ଏକ ମାମଲା ରୁଜୁ କରିଛି।