ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ପାସପୋର୍ଟ ଯାଞ୍ଚ ଦିଗରେ ଓଡିଶା ପୋଲିସ ନେଇଛି ସ୍ବତନ୍ତ୍ର ପଦକ୍ଷେପ । ରାଜ୍ୟ ପୋଲିସ ପକ୍ଷରୁ ଲଞ୍ଚ ହୋଇଛି “ଏମ ପୋଲିସ” ଆପ । ଏହା ପାସପୋର୍ଟର ତୁରନ୍ତ ଯାଞ୍ଚ କରିବ ।
ଓଡିଶା ପୋଲିସ ୫ଟି କାର୍ଯ୍ୟକ୍ରମକୁ ଆଧାର କରି ‘ଏମ ପୋଲିସ’ ଆପ୍ଲିକେସନ ବ୍ୟବସ୍ଥା ଆରମ୍ଭ କରିଛି । ଫଳରେ ଥାନା ଗୁଡିକର ପାସପୋର୍ଟ ଯାଞ୍ଚ ଖୁବ ସହଜରେ ହୋଇ ପାରିବ । ଏହି ଯୋଜନାରେ ରାଜ୍ୟର ୫୫୩ ଟି ଥାନାକୁ ଦିଆଯିବ ଟାଵଲେଟ । ପ୍ରଥମ ପର୍ଯ୍ୟାୟରେ ୧୦୦ ଟି ଟାଵଲେଟ ବଣ୍ଟନ ହେଉଥିଲାବେଳେ ଅବଶିଷ୍ଟ ଥାନାକୁ ମାର୍ଚ୍ଚ ୨୫ ମଧ୍ୟରେ ବଣ୍ଟନ ପ୍ରକ୍ରିୟା ଶେଷ କରାଯିବ । ପୂର୍ବରୁ ପାସପୋର୍ଟ ପାଇଁ ଆବେଦନ କରିବା ପରେ ଯାଞ୍ଚ ପାଇଁ ଡାକ ଯୋଗେ ଜିଲ୍ଲା ପୋଲିସ ଅଧିକାରୀଙ୍କ ମୁଖ୍ୟ କାର୍ଯ୍ୟାଳୟର ସେକ୍ସନକୁ ଆସୁଥିଲା । ସେଠାରୁ ଥାନାକୁ ପଠାଯାଉଥିଲା । ଉଚ୍ଚ ଅଧିକାରୀମାନେ ପାସପୋର୍ଟ ଯାଞ୍ଚ କରିବା ପରେ ଥାନାକୁ ପଠାଉଥିଲେ । କିନ୍ତୁ ଏହି ‘ଏମ ପୋଲିସ’ ବ୍ୟବସ୍ଥା ଦ୍ବାରା କୌଣସି ଅସୁବିଧା ଉପୁଜିବ ନାହିଁ । ଅନଲାଇନରେ ଆବେଦନକାରୀଙ୍କ ବିବରଣୀ ପୋଲିସ ଅଧିକାରୀଙ୍କ ପାଖରେ ପହଞ୍ଚିବ ।
ପରେ ଟାଵଲେଟ ଜରିଆରେ ତାହାର ଯାଞ୍ଚ ହେବ ଆଉ ରିପୋର୍ଟ ମଧ୍ୟ ପ୍ରଦାନ କରିହେବ । ଏହି ବ୍ୟବସ୍ଥା ମଧ୍ୟରେ ସାଧାରଣ ଲୋକମାନେ ପାସପୋର୍ଟ ପାଇବାର ସଫଳ ହେବେ ବୋଲି ପୋଲିସ ମୁଖ୍ୟାଳୟରୁ ସୂଚନା ମିଳିଛି ।