ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: କରୋନା ମହାମାରୀର ଦ୍ଵିତୀୟ ଷ୍ଟ୍ରେନ ଏବେ ବିଶ୍ଵବାସୀଙ୍କ ଚିନ୍ତାର କାରଣ ସାଜିଛି । ଭାରତର ବିଭିନ୍ନ ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣର ହାର ଦିନକୁ ଦିନ ବୃଦ୍ଧି ଘଟୁଥିବାରୁ ଲକଡାଉନ୍ ଘୋଷଣା ସରିଛି । ତେବେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । କୋଭିଡ୍-୧୯ ଗାଇଡ୍ଲାଇନ ପାଳନ କରିବାକୁ ଅନୁରୋଧ କରିଛନ୍ତି ।
ସେ କହିଛନ୍ତି ,’କରୋନା ବିରୋଧୀ ଲଢେଇରେ ଆମେ ଆମର ବହୁ ଯୋଦ୍ଧାଙ୍କୁ ହରାଇଛୁ । ସେମାନଙ୍କ ପରିବାର ଆଖିରୁ ଆଜି ମଧ୍ୟ ଲୁହ ଶୁଖି ନାହିଁ । ସେହି ଯୋଦ୍ଧାମାନଙ୍କ ତ୍ୟାଗକୁ ଆମେ କେବେ ବି ବ୍ୟର୍ଥ ହେବାକୁ ଦେବା ନାହିଁ । ସତର୍କ ରହିବା ହିଁ ଶହୀଦ କୋଭିଡ ଯୋଦ୍ଧାଙ୍କ ପ୍ରତି ହେବ ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ଆସନ୍ତୁ, ଆମେ ସମସ୍ତେ ସଙ୍କଳ୍ପ ନେଇ କୋଭିଡ ନିୟମାବଳୀକୁ ପୂର୍ବ ପରି କଡ଼ାକଡ଼ି ପାଳନ କରିବା । ବାହାରକୁ ଗଲେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ସହ ଘରକୁ ଫେରିଲେ ଭଲ ଭାବେ ହାତ ଧୋଇବା । ଆପଣମାନଙ୍କ ଉପରେ ମୋର ପୂର୍ଣ୍ଣ ଭରସା ରହିଛି । ଆମେ ସମସ୍ତେ ମିଶି ଶୂନ୍ୟ ସଂକ୍ରମଣ ଲକ୍ଷ୍ୟ ନିଶ୍ଚୟ ହାସଲ କରିବା ।‘
ତେବେ ସେ ଆଉ ମଧ୍ୟ କହିଛନ୍ତି, ‘ ଆପଣମାନଙ୍କ ତ୍ୟାଗ ଓ ସହଯୋଗରେ ଆଜି ଓଡ଼ିଶା କୋଭିଡ ନିୟନ୍ତ୍ରଣରେ ଭଲ ସ୍ଥିତିରେ ରହିଛି । ହେଲେ ବିପଦ ଏବେ ବି ଟଳି ନାହିଁ । ବିଭିନ୍ନ ରାଜ୍ୟରେ ଏବେ ସ୍ଥିତି ବିଗିଡ଼ିବା ସହିତ ଲକଡାଉନ ଲାଗୁ ହୋଇଛି। ହେଲେ ଆମ ରାଜ୍ୟରେ ପୁଣିଥରେ ସେପରି ସ୍ଥିତି ସୃଷ୍ଟି ହେବାକୁ ଦେବା ନାହିଁ । ଆମେ ସତର୍କ ରହିଲେ ଏପରି ସ୍ଥିତି ଉପୁଜିବ ନାହିଁ ।‘
 
ଆପଣମାନଙ୍କ ତ୍ୟାଗ ଓ ସହଯୋଗରେ ଆଜି ଓଡ଼ିଶା କୋଭିଡ ନିୟନ୍ତ୍ରଣରେ ଭଲ ସ୍ଥିତିରେ ରହିଛି। ହେଲେ ବିପଦ ଏବେ ବି ଟଳି ନାହିଁ। ବିଭିନ୍ନ ରାଜ୍ୟରେ ଏବେ ସ୍ଥିତି ବିଗିଡ଼ିବା ସହିତ ଲକଡାଉନ ଲାଗୁ ହୋଇଛି। ହେଲେ ଆମ ରାଜ୍ୟରେ ପୁଣିଥରେ ସେପରି ସ୍ଥିତି ସୃଷ୍ଟି ହେବାକୁ ଦେବା ନାହିଁ। ଆମେ ସତର୍କ ରହିଲେ ଏପରି ସ୍ଥିତି ଉପୁଜିବ ନାହିଁ। pic.twitter.com/e2T84BaYCX
— Naveen Patnaik (@Naveen_Odisha) March 14, 2021
;