ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ଵିତୀୟ ଲହରୀର ପ୍ରଭାବ ବ୍ରାଜିଲ ଦେଶରେ ଅଧିକ ଦେଖିବାକୁ ମିଳିଛି । ପ୍ରତ୍ୟେକ ଦିନ ଏଠାରେ ହାରାହାରି ୭୦ ହଜାର ନୂତନ ସଂକ୍ରମଣ ଦେଖାଯାଉଥିବା ବେଳେ ପାଖାପାଖି ୨ ହଜାର କରୋନା ଜନିତ ମୃତ୍ୟୁ ଘଟୁଛି । ତେବେ ଭାରତକୁ ଟପି ବ୍ରାଜିଲ୍ ବିଶ୍ୱର ଦ୍ୱିତୀୟ ବହୁଳ କୋଭିଡ୍-୧୯ ପୀଡ଼ିତ ଦେଶରେ ଭାବେ ପରିଗଣିତ ହୋଇଛି ।
କରୋନାଭାଇରସ୍ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ବ୍ରାଜିଲ୍ରେ ଗତକାଲି ସୁଦ୍ଧା ସମୁଦାୟ ୨,୭୮,୨୨୯ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହ ସେ ଦେଶରେ ସମୁଦାୟ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୧,୧୪,୮୩,୩୭୦ରେ ପହଞ୍ଚିଛି । ଅପରପକ୍ଷେ, ଗତକାଲି ଭାରତରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ଥିଲା ୧,୧୩,୫୯,୦୪୮ । ଅର୍ଥାତ୍ ହଠାତ୍ ମହାମାରୀ ସଂକ୍ରମଣ ହାର ହ୍ରାସ ପାଉଥିବା ଯୁକ୍ତରାଷ୍ଟ୍ର ଆମେରିକା ପଛକୁ ରହିଛି ବ୍ରାଜିଲ୍ । ‘ଓ୍ଵାର୍ଲଡୋମିଟର୍’ ରେକର୍ଡ ଅନୁସାରେ ଏବେ ଯୁକ୍ତରାଷ୍ଟ୍ର ଆମେରିକାରେ ସମୁଦାୟ ସଂକ୍ରମଣ ସଂଖ୍ୟା ୩୦,୦୮୧,୬୫୭ । ପ୍ରାୟ ୨୧୨ ନିୟୁତ ଜନସଂଖ୍ୟାବିଶିଷ୍ଟ ବ୍ରାଜିଲ୍ରେ ବର୍ଷେ ହେବ କୋଭିଡ୍ ସଂକ୍ରମଣ ଉତ୍କଟ ସ୍ତରରେ ରହିଛି । ଯାହାକୁ ନେଇ ବିଭିନ୍ନ ସ୍ଵାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରିଛନ୍ତି ।