ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ପୁଣି ପୂର୍ବ ଯୁଗକୁ ଫେରିଯାଉଛି ମଣିଷ । ପୂର୍ବକାଳରେ ଲୋକମାନେ ଯେଉଁ ଜିନିଷ ବ୍ୟବହାର କରୁଥିଲେ ଏବେ ପୁଣି ସେହି ସବୁ ଜିନିଷର ଚାହିଦା ବଢିବାରେ ଲାଗିଛି । ପୂର୍ବରୁ ଗ୍ରାମାଞ୍ଚଳରେ ଲୋକମାନେ ପ୍ରାୟତଃ ଚୁଲିରେ ରୋଷେଇ କରୁଥିଲେ । ଜାଳେଣୀ ଭାବେ କାଠ ଓ ଗୋବର ଘଷିକୁ ବ୍ୟବହାର କରୁଥିଲେ । ତେବେ ଚୁଲିରୁ ବାହାରୁ ଥିବା ପାଉଁଶକୁ ଆଗକାଳରେ ଲୋକମାନେ ଖୁବ୍ ଦରକାରୀ ଭାବୁ ଥିଲେ । ଅନେକ ଲୋକ ସେଥିରେ ବାସନ ମାଜିବା, ବିଲରେ ପକାଇବା ଏପରିକି ଦାନ୍ତ ଘସିବା କାମରେ ମଧ୍ୟ ବ୍ୟବହାର କରୁଥିଲେ । କିନ୍ତୁ ସମୟକ୍ରମେ ସେଗୁଡିକ ଏକପ୍ରକାର ବନ୍ଦ ହୋଇଗଲାଣି । କାରଣ ଗ୍ୟାସ ଓ ଇଣ୍ଡକସନ ଯୁଗରେ ଚୁଲି ଲଗାଇବା ମଧ୍ୟ ଏକ ପ୍ରକାର ବନ୍ଦ ହୋଇଗଲାଣି ।
ପୂର୍ବରୁ ସେହି ପାଉଁଶ ବିନା ମୂଲ୍ୟରେ ବ୍ୟବହାର କରାଯାଉଥିଲା । ତେବେ ବିନା ମୂଲ୍ୟରେ ମିଳୁଥିବା ପାଉଁଶର ମୂଲ୍ୟ ଏବେ ଖୁବ୍ ବଢିଯାଇଛି । ଅନ୍ଲାଇନ ବଜାରରେ ବିକ୍ରି ହେଉଥିବା ଏହି ପାଉଁଶ ୨୫୦ ଗ୍ରାମକୁ ୧୫୦ରୁ ୩୦୦ ଟଙ୍କା ଯାଏଁ ବିକ୍ରି ହେଉଛି । ବଡ ବଡ କମ୍ପାନୀ ଏହି ପାଉଁଶକୁ ଡିଶ୍ ୱାସ୍ ଏବଂ ଫର୍ଟିଲାଇଜର ରୁପରେ ବ୍ୟବହାର କରୁଛନ୍ତି।
ତାମିଲନାଡୁର କେଆରୱି ନୟାଚୁରାଲ ଆଣ୍ଡ ଅର୍ଗାନିକ, ଅହମଦାବାଦର ଓସକାସ ଗ୍ରୁପ ଦ ଆଶ୍ ଏବଂ ଗ୍ରୀନ ଫିଲ୍ଡ ଇକୋ ସଲ୍ୟୁସନ ପ୍ରାଇଭେଟ୍ ଲିମିଟେଡ ଭଳି ବହୁ କମ୍ପାନୀ ୨୫୦ ଗ୍ରାମ ଠାରୁ ନେଇ ୯ କିଲୋ ଯାଏଁ ଆକର୍ଷଣୀୟ ପ୍ୟାକିଂ କରି କାଠ ପାଉଁଶକୁ ବିକ୍ରି କରୁଛନ୍ତି । ଏହି ପାଉଁଶରେ ପୋଟାସିଅମ, କ୍ୟାଲସିଅମ୍, ଫସଫରସ୍, ଆଲୁମିନିୟମ, ମାଗ୍ନେଶିୟମ, ସୋଡିୟମ, ମାଇକ୍ରୋ ନ୍ୟୁଟ୍ରେଣ୍ଟ, କପର, ସଲଫର, ଏବଂ ଜିଂକ୍ ପ୍ରଚୁର ପରିମାଣରେ ରହିଛି । ତେଣୁ ପାଉଁ ପରିବା ବଗିଚାରେ ବ୍ୟବହାର ପାଇଁ ବେଶ୍ ଉପଯୋଗୀ ବୋଲି କୁହାଯାଉଛି । ଏପରିକି କିଚି କମ୍ପାନୀ ପାଉଁଶକୁ ଡିଶ୍ ୱାସ୍ ଭଳି ବ୍ୟବହାର କରୁଛନ୍ତି ।
ତେବେ ଅନଲାଇନରେ ବିକ୍ରି କରୁଥିବା ଏକ କମ୍ପାନୀ ୨୫୦ ଗ୍ରାମର ପାଉଁଶ ପୁଡିଆକୁ ୧୬୦ ଟଙ୍କାରେ ବିକ୍ରି କରୁଛନ୍ତି । ସେହିପରି ଆଉ ଏକ କମ୍ପାନୀ ଏକ କିଲୋ ପାଉଁଶକୁ ୧୯୯ ଟଙ୍କାରେ ବିକ୍ରି କରୁଛି । ଫିଲ୍ପକାର୍ଟରେ ମଧ୍ୟ ଏହି କାଠ ପାଉଁଶ ୧୫୦ରୁ ଉର୍ଦ୍ଧ୍ଵ ଦରରେ ବିକ୍ରି ହେଉଛି ।
କେବଳ ପାଉଁଶ ନୁହେଁ ଗୋବର ଘସିର ଚାହିଦା ମଧ୍ୟ ଖୁବ୍ ରହିଛି । ଫିଲ୍ପକାର୍ଟ, ଆମାଜନ ଭଳି ଇ କମର୍ସ ସାଇଟ୍ ଗୁଡିକରେ ଘସି ଉପଲବ୍ଧ । ମାତ୍ର ୫ ଟି ପିସ୍ର ଦର ୧୨୦ରୁ ଅଧିକ ରହିଛି । ଭିନ୍ନ ଭିନ୍ନ ଦରରେ ଏହି ଘସି ମିଳୁଛି ।