ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଏବେ ଅନଲାଇନ୍ ସପିଂ କରିବା ପାଇଁ ଆଉ ଏକ ସ୍ଵଦେଶୀ ଆପ୍ ‘Bharat e Market’, ବଜାରକୁ ଆସିଯାଇଛି । ପ୍ରାୟ ୮ କୋଟି ବ୍ୟବସାୟୀଙ୍କ ସଂଗଠନ Confederation of All India Traders (CAIT) ଭେଣ୍ଡର ମୋବଇଲ ଆପ୍ଲିକେସନ୍କୁ ଦିଲ୍ଲୀରେ ଲଞ୍ଚ କରିଛି । ଯାହାକି ସିଧାସଳଖ ଭାବରେ ଆମାଜନ ଓ ଫ୍ଲିପକାର୍ଟକୁ ଟକ୍କର ଦେବ । ଏହା ସମ୍ପୂର୍ଣ୍ଣ ଭାବରେ ଇ-କମର୍ସ ପ୍ଳାଟଫର୍ମ ଅଟେ ।
ଏହି ପ୍ଲାଟଫର୍ମର ମୋବାଇଲ ଆପକୁ CAIT ଶୁଦ୍ଧ ଭାବରେ ଭାରତୀୟ ଇ-କମର୍ସ ପ୍ଳାଟଫର୍ମ ବୋଲି କୁହାଯାଇଛି, ଯାହାକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୋକାଲ ଫର ଲୋକାଲ ଭିଜନ ଉପରେ ଆଧାରିତ । CAIT ଦାବି ଅନୁସାରେ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଏହି ପ୍ଲାଟଫର୍ମରେ ୭ ଲକ୍ଷ ଟ୍ରେଡର୍ସଙ୍କୁ ଯୋଡିବାର ଆଶା ରହିଛି । ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଏହି ପ୍ଲାଟଫର୍ମରୁ ୧କୋଟି ଟ୍ରେଡର୍ସ ଯୋଡି ହୋଇଯିବେ । ଏଭଳି ଯଦି ହୁଏ ତେବେ ବିଶ୍ବର ସବୁଠାରୁ ବଡ ପୋର୍ଟାଲ ହୋଇଯିବ ।
In line with Hon’ble PM Shri @narendramodi’s vision for #VocalForLocal, @CAITIndia is proud to announce launch of the much awaited purely #Bhartiya e-commerce platform @BharatEMarket mobile app for onboarding of sellers accross India. Let’s be part of this #phygitalrevolution 🇮🇳 pic.twitter.com/3ouz24mCgZ
— Confederation of All India Traders (CAIT) (@CAITIndia) March 11, 2021