ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଗତକାଲି ମଣ୍ଡିରେ ଧାନ ଉଠାଇବା ପ୍ରସଙ୍ଗକୁ ନେଇ ବିଜେପି ଦଳର ବିଧାୟକ ସୁବାଷ ପାଣିଗ୍ରାହୀ ବିଧାନସଭା ଗୃହ ମଧ୍ୟରେ ସାନିଟାଇଜର ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ତେବେ ଏହି ଘଟଣାକୁ କଡା ନିନ୍ଦା କରିଛି ବିଜେଡି । ବିଜେଡି ବିଧାୟକ ପ୍ରତାପ ଦେଓ କହିଛନ୍ତି ଯେ ସାନିଟାଇଜର ପିଇ ପ୍ରତିବାଦ କରିବା ଓଡିଶା ନୁହେଁ ସାରା ଭାରତରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛନ୍ତି । ଗୃହର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଛନ୍ତି ସୁବାଷ ପାଣିଗ୍ରାହୀ । ପ୍ରତିବାଦର ଭିନ୍ନ ତରିକା ରହିଛି । ସାନିଟାଇଜର ପିଇ ସେ କଣ ଦର୍ଶାଇବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିବା ସହ ଆତ୍ମହତ୍ୟା ଗୁରୁତର ଅପରାଧ ବୋଲି କହିଛନ୍ତି ପ୍ରତାପ ଦେବ ।
ଏହା ବିଜେପିର ଦଳୀୟ ପ୍ରରୋଚନାରେ କରାଯାଇଛି ନା ସୁବାଷ ବ୍ୟକ୍ତିଗତ ଭାବରେ ଏଭଳି କରିଛନ୍ତି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ବାଚସ୍ପତିଙ୍କ ପାଖରେ ଆମେ ଦାବି କରିଛୁ ସେ କ୍ଷମା ମାଗନ୍ତୁ । ସେ କ୍ଷମା ନମାଗିଲେ ବିଜେଡି ତା ଷ୍ଟାଣ୍ଡରେ ଅଟଳ ରହିବ ବୋଲି ପ୍ରତାପ କହିଛନ୍ତି ।
ତେବେ କ୍ଷମା ମାଗିବା ପ୍ରସଙ୍ଗକୁ ନେଇ ବିରୋଧି ଦଳର ବିଧାୟକ ସୁବାଷ ପାଣିଗ୍ରାହୀ ମଧ୍ୟ ଉତ୍ତର ରଖିଛନ୍ତି । ସେ କହିଛନ୍ତି , ଯେ ପର୍ଯ୍ୟନ୍ତ ଚାଷୀଙ୍କ ସବୁ ଧାନ ମଣ୍ଡିକୁ ଉଠିନାହିଁ ସେ ଯାଏଁ କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ । ପ୍ରଥମେ ଧାନ ମଣ୍ଡିକୁ ଉଠାଯାଉ ଏହା ପରେ ବିଧାନସଭାରେ କ୍ଷମା ମାଗିବି ।