ସନ୍ଷ୍ଟାର ଟିଭି ବ୍ୟୁରୋ
ଝାରସୁଗୁଡା: ମାର୍ଚ୍ଚ ୨୮ରୁ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆଉ ଏକ ଦେଶକୁ ବିମାନ ଉଡିବାକୁ ଯାଉଛି । ଝାରସୁଗୁଡାରୁ ଚେନ୍ନାଇ ଯିବ ସ୍ପାଇସ ଜେଟ୍ ।ସପ୍ତାହକୁ ସାତ ଦିନ ସ୍ପାଇସ ଜେଟ୍ ବିମାନ ସେବା ଯୋଗାଇବ ବୋଲି ଝାରସୁଗୁଡ଼ା ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍ତି । ବେଙ୍ଗାଲୁରୁ ଓ ମୁମ୍ବାଇକୁ ବିମାନ ଉଡ଼ାଣରେ ୨ ମାସର ସଫଳତାକୁ ଆଖି ଆଗରେ ରଖି ପୁଣି ଆଉ ଏକ ସେକ୍ଟରକୁ ଆରମ୍ଭ ସେବା କରୁଛି ସ୍ପାଇଟ ଜେଟ୍ ।
ଏନେଇ ସ୍ପାଇସ୍ ଜେଟ୍ ଅନଲାଇନ୍ ଟିକେଟ ବୁକିଂ ମଧ୍ୟ ଆରମ୍ଭ କରି ସାରିଛି । ୧୮୯ ସିଟ୍ ବିଶିଷ୍ଟ ଏହି ବିମାନ ଝାରସୁଗୁଡାରୁ ଚେନ୍ନାଇ ମଧ୍ୟରେ ଚଳାଚଳ କରିବ । ସେହିପରି ସପ୍ତାହକୁ ଚାରିଦିନ ଚାଲିଥିବା ଝାରସୁଗୁଡାରୁ ମୁମ୍ବାଇ ବିମାନ ୨୮ ତାରିଖରୁ ପ୍ରତିଦିନ ଚାଲିବ ଏବଂ ଝାରସୁଗୁଡା- ବେଙ୍ଗଲୋର ବିମାନ ସପ୍ତାହକୁ ୬ ଦିନ ଚାଲିବ ବୋଲି ବିମାନବନ୍ଦର କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି ।