ସନ୍ଷ୍ଟାର ଟିଭି ବ୍ୟୁରୋ
ପିପିଲି: ପିପିଲିରେ ବିଧାୟକ ପ୍ରଦୀପ ମହାରଥିଙ୍କ ମୃତ୍ୟୁ ହେବା ପରେ ସେଠାରେ ଉପନର୍ବାଚନରେ ପାର୍ଥୀ ଭାବେ କିଏ ଠିଆ ହେବ ସେ ନେଇ ରାଜନୀତି ସରଗରମ ରହିଛି । ତେବେ ଏହା ମଧ୍ୟରେ ଆଜି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ପିପିଲି ପାର୍ଥୀକୁ ନେଇ ଏକ ଗୁରୁତ୍ଵପୂର୍ଣ୍ଣ କଥା କହିଛନ୍ତି । ପ୍ରଦୀପ ମହାରଥୀଙ୍କ ପରିବାରରୁ ଜଣଙ୍କୁ ପ୍ରାର୍ଥୀ କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି ଯେ ପିପିଲି ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କର ବିଶେଷ ଅବଦାନ ଥିଲା । ତେଣୁ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଏଠାରୁ ପ୍ରାର୍ଥୀ କରିବା ଉଚିତ । ପିପିଲି ତାଙ୍କ ପାଖ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ଲୋକଙ୍କ ମାନସିକତା କିଭଳି ଅଛି ବୋଲି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ସମୀର ଦାଶ ଏହିଭଳି ପ୍ରତିକ୍ରିୟା ରଖିଛନ୍ତି ।
ତେବେ ଏଯାଏଁ ପିପିଲିରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି, କଂଗ୍ରେସ ଏବେଠୁ ରଣ କୌଶଳ ଆରମ୍ଭ କରିଦେଇଛନ୍ତି । ବିଜେଡି ଫେବୃୟାରୀ ପ୍ରଥମ ସପ୍ତାହରେ ପିପିଲି ବିଧାନସଭା ଉପନିର୍ବାଚନ ଲାଗି ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକର ଦାୟିତ୍ଵ ଦେଇଥିଲେ । ତେବେ ପ୍ରଦୀପ ମହାରଥିଙ୍କ ପରେ ପିପିଲିର ମଙ୍ଗ କିଏ ଧରିବାକୁ ଯାଉଛି ଦେଖିବା ବାକି ରହିଲା ।