ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଅଚାନକ ଆଜି ସକାଳୁ ପୁରୀ ଜିଲ୍ଲା ସ୍କୁଲ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ମନ୍ତ୍ରୀ ସ୍କୁଲରେ ପ୍ରଧାନ ଶକ୍ଷୟିତ୍ରୀଙ୍କୁ ଅନୁପସ୍ଥିତ ଥିବା ଦେଖିବାକୁ ପାଇଥିଲେ। ସ୍କୁଲରେ ଅନୁପସ୍ଥିତ ରହିଥିବାରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । କ’ଣ ପାଇଁ ସ୍କୁଲରେ ପ୍ରଧାନଶିକ୍ଷୟିତ୍ରୀ ଅନୁପସ୍ଥିତ ଥିଲେ, ସେନେଇ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ୧୧ ଜଣ ଅନୁପସ୍ଥିତ ଥିଲେ । ୪ ଜଣ ବଡଦାଣ୍ଡ ସେବା କାର୍ଯ୍ଯକ୍ରମରେ ଯୋଗ ଦେଇଥିବା ବେଳେ, ଅନ୍ୟ ୪ ଜଣ ଛୁଟି ଦରଖାସ୍ତ ଦେଇଛନ୍ତି। ବାକି ୩ ଜଣଙ୍କ ଦରମା ବନ୍ଦ ସହ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।