ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ପଲିଟିକାଲ ଡ୍ରାମା ନାମରେ ଏକ ଫେସବୁକ ପେଜ ନାମରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ରାଜ୍ୟ ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର । ଏହି ପେଜ ନିୟମିତ ଭାବେ ତାଙ୍କ ନାମରେ ଭୁଲ୍ ତଥ୍ୟ ଦେବା ସହ ଅପମାନମୂଳକ ନିଉଜ୍ ଦେଉଛି ବୋଲି ସେ କହିଛନ୍ତି । ସେ ଆଉ ମଧ୍ୟ କହିଛନ୍ତି ଯେ ଏଭଳି ଭୁଲ ତଥ୍ୟ ଦେଇ ସେ ତାଙ୍କ ଭାବମୃତ୍ତିକୁ ଖରାପ କରୁଛି ଓ ତାଙ୍କ ମାନହାନୀ କରିବାକୁ ପ୍ରଚେଷ୍ଟା କରାଯାଉଛି ।
ଏହି ଫେସ୍ବୁକ୍ ପେଜ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ କମିଶନରେଟ୍ ପୋଲିସ, ସାଇବର ସେଲ, ଡିଜିପିଙ୍କୁ ଅନୁରୋଧ କରିଛନ୍ତି ବୋଲି କହିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର ।
.@cpbbsrctc @CIDOdisha @DGPOdisha
This Facebook page “ପଲିଟିକାଲ ଡ୍ରାମା” is promoting fake and derogatory news against me. I have never made such statement. There is a disturbing trend of circulating fake news with intent to blackmail & extortion.
Request immediate action. pic.twitter.com/kEbU5aDM5l— Lekha Samantsinghar (@DrLekhaShree) March 13, 2021