ସନ୍ଷ୍ଟାର ଟିଭି ବ୍ୟୁରୋ
ଚେନ୍ନାଇ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ( ଇସ୍ରୋ) ଗତକାଲି ରାତିରେ ‘ଆର୍ଏଚ୍-୫୬୦’ ନାମକ ଏକ ‘ସାଉଣ୍ଡିଙ୍ଗ୍ ରକେଟ୍’ ବା ‘ରିସର୍ଚ ରକେଟ୍’ ଲଞ୍ଚ କରିଛି । ଏହି ରକେଟ୍ଟି ହେଉଛି ବାୟୁମଣ୍ଡଳର ଊର୍ଦ୍ଧ୍ୱାଞ୍ଚଳ ଏବଂ ଅନ୍ତରୀକ୍ଷ ଗବେଷଣା ନିମନ୍ତେ ବ୍ୟବହାର କରାଯାଉଥିବା ଦୁଇଥାକିଆ କଠିନ ଇନ୍ଧନ ଚାଳିତ ରକେଟ୍ । ଏହି ରକେଟ୍ଟି ଶ୍ରୀହରିକୋଟା ରେଞ୍ଜ୍ସ୍ଥିତ ‘ସତୀଶ ଧାଓ୍ଵନ୍ ମହାକାଶ କେନ୍ଦ୍ର’ରୁ ଲଞ୍ଚ କରାଯାଇଛି । ତେବେ ସାଟେଲାଇଟ୍ରେ ବ୍ୟବହାର ହେଉଥିବା ନୂତନ ଉପକରଣ କିଂବା ‘ସବ୍ସିଷ୍ଟମ୍’ର ‘ପ୍ରୋଟୋଟାଇପ୍’ ପରୀକ୍ଷା କିଂବା ପ୍ରମାଣ କରିବା ଲାଗି ଏହି ରକେଟ୍ରେ କମ୍ ଖର୍ଚ୍ଚ ହୋଇଥାଏ ।
୧୯୬୫ ମସିହାରେ ଏହି ରକେଟ୍ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଥିଲା । ଓ ସେବେଠୁ ଏହାକୁ ‘ଇସ୍ରୋ’ ଉତ୍କ୍ଷେପଣ କରିଆସୁଛି । ତେବେ ଏନେଇ ‘ଇସ୍ରୋ’ର ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟ୍ରେ ପୋଷ୍ଟ୍ କରାଯାଇଛି ।
 
Launch of sounding rocket (RH-560) to study attitudinal variations in the neutral winds and plasma dynamics carried out today at SDSC SHAR, Sriharikota#RohiniSoundingRockets #ISRO pic.twitter.com/B0ov8w5ARH
— ISRO (@isro) March 12, 2021
;