ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବିନା ପରୀକ୍ଷାରେ ପାସ୍ ହେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ । ସେମାନଙ୍କର ବାର୍ଷିକ ପରୀକ୍ଷା ନ କରାଯାଇ ସମାନଙ୍କ କ୍ଲାସ ପ୍ରମୋସନ ହେବ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ ଆଉ ସ୍କୁଲ ଖୋଲିବା ସମ୍ଭବ ନୁହେଁ । ଏଣୁ ଗତବର୍ଷ ଭଳି ଏ ବର୍ଷ ବି ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଯାଏଁ ସବୁ ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ । ତେବେ ଏନେଇ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇ ନ ଥିଲେ ବି ଏନେଇ ନିଷ୍ପତି ନିଆଯାଇଛି ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ।
ତେବେ ନବମ ଶ୍ରେଣୀରେ ପଢ଼ୁଥିବା ପିଲାମାନଙ୍କର କ୍ଲାସ୍ ଚାଲୁଥିବା ହେତୁ ସେମାନଙ୍କର ଅଫଲାଇନରେ ପରୀକ୍ଷା କରାଯିବ । ଏଣେ ଆଗାମୀ ଏପ୍ରିଲ ମାସରେ ସ୍କୁଲ ଖୋଲାଯିବ କି ନାହିଁ, ସେଥିନେଇ କୌଣସି ନିଷ୍ପତ୍ତି ହୋଇନଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ତାପମାତ୍ରାର ପ୍ରଭାବକୁ ଦୃଷ୍ଟରେ ରଖି ଚଳିତ ବର୍ଷ ଜୁନ ମାସରେ ସ୍କୁଲ ଖୋଲିପାରେ ।