ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ମାର୍ଚ୍ଚ ୧୫ ରୁ ୨ ଦିନ ଧରି ବନ୍ଦ ରହିବ ବ୍ୟାଙ୍କ । କାରଣ ୨ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି ବ୍ୟାଙ୍କ ସଂଘ । ମାର୍ଚ୍ଚ ୧୫ ଓ ୧୬ ତାରିଖରେ ପାଇଁ ଏହି ବନ୍ଦ ଡାକରା ଦିଆଯାଇଛି । ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଛି । ତେବେ ଧର୍ମଘଟରେ ରାଜ୍ୟର ପ୍ରାୟ ୫୫୦୦ ବ୍ୟାଙ୍କର ୩୦ ହଜାର କର୍ମଚାରୀ ସାମିଲ ହେବେ ବୋଲି ସୂଚନା ମିଳିଛି ।
ତେବେ ଆଜି ଶନିବାର ହୋଇଥିବାରୁ ଓ ଆସନ୍ତାକାଲି ରବିବାର ହୋଇଥିବାରୁ ଏହି ଦୁଇ ଦିନ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ । ଏହାପରେ ଧର୍ମଘଟ ପାଇଁ ପୁଣି ଦୁଇ ଦିନ ବନ୍ଦ ରହିବ ବ୍ୟାଙ୍କ । ଫଳରେ ଲଗାତର ଭାବେ ୪ ଦିନ ବ୍ୟାଙ୍କ ବନ୍ଦ ରହିବ । ଏହା ଫଳରେ ଟଙ୍କା କାରବାରକୁ ନେଇ ସାଧାରଣ ଜନତା ଖୁବ୍ ପ୍ରଭାବିତ ହେବେ ।