ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ :୧୯୯୫ରେ ରଙ୍ଗିଲା ଫିଲ୍ମରେ ନିଜର ଜଲଓ୍ଵା ଦେଖାଇଥିବା ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ପୁଣି ଥରେ ବଡ ପରଦାରେ ନଜର ଆସିବେ । ନିକଟରେ ଉର୍ମିଲା ମାତୋକର ଏକ ସାକ୍ଷାତକାରରେ କହିଛନ୍ତି ଯେ, ୧୨ ବର୍ଷ ପରେ ପୁଣିଥରେ ଫିଲ୍ମରେ ନଜର ଆସିବେ । ସେ କହିଛନ୍ତି ଯେ ସେ ଖୁବ୍ ଶୀଘ୍ର ଏକ ନୂଆ ଫିଲ୍ମ ନେଇ ଆସୁଛନ୍ତି। ଏଥିସହ ସେ କହିଛନ୍ତି ଯେ, ସେ ଏକ ୱେବ୍ ସୋରେ ମଧ୍ୟ ନଜର ଆସିବେ । ଯଦି କରୋନା ମହାମାରୀ ନଥାନ୍ତା ତେବେ ଏହି ଓ୍ଵେବ୍ ସିରିଜର ସୁଟିଂ ଆରମ୍ଭ ହୋଇସାରନ୍ତାଣି ବୋଲି ସେ କହିଛନ୍ତି ।
ଉର୍ମିଲା ବଲିଉଡରେ ଅନେକ ବଡ଼ ବଡ଼ ଫିଲ୍ମ , ଯେମିତି ରଙ୍ଗିଲା, ପ୍ୟାର ତୁନେ କ୍ୟୁ କିୟା, ଭୁତ, ଏକ୍ ହସିନା ଥି, ଚମତ୍କାର, କୁଓ୍ଵାରା, ଭଳି ଫିଲ୍ମ ନିଜ ଫ୍ୟାନମାନଙ୍କୁ ଭେଟି ଦେଇଛନ୍ତି । ଉର୍ମିଲା ଶେଷଥର ପାଇଁ ୨୦୧୮ରେ ଇରଫାନ୍ ଖାନଙ୍କ ଫିଲ୍ମ ‘ବ୍ଲାକେମଲ୍’ରେ ଏକ ଖାସ ଗୀତରେ ନଜର ଆସିଥିଲେ। ଏହାପରେ ଉର୍ମିଲା ବଲିଉଡରୁ ଦୂରେଇ ଯାଇଛନ୍ତି ଏବଂ ୨୦୧୯ରେ ରାଜନୀତିରେ ପାଦ ରଖିଥିଲେ। ତେବେ ସେ ଖୁବ୍ ଶୀଘ୍ର ବଡ ପରଦାରେ ନଜର ଆସିବେ ।