ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଚଳିତ ମାସ ଶନିବାର ଓ ରବିବାର ଦିନ ଖୋଲା ରହିବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟାଳୟ ଓ ନିର୍ଦ୍ଦେଶାଳୟ । ବିଧାନସଭା ବଜେଟ୍ ଅଧିବେଶନର ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରସ୍ତୁତ ପାଇଁ ଖୋଲା ରହିବ ବୋଲି ବିଭାଗୀୟ ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ଅପରପକ୍ଷେ ବିଭାଗ ଓ ନିର୍ଦ୍ଦେଶାଳୟର ସମସ୍ତ କର୍ମଚାରୀ ସାଧାରଣ ଦିନ ଭଳି ଶନିବାର ଓ ରବିବାର ଆସି ଡ୍ୟୁଟି କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି ।ତେବେ ଚଳିତ ମାସ ୧୨ ତାରିଖରେ ନିହାତି ଜରୁରି ନଥିଲେ କୌଣସି କର୍ମଚାରୀ କିମ୍ବା ଅଧିକାରୀଙ୍କୁ ଛୁଟି ମିଳିବ ନାହିଁ ବୋଲି ପ୍ରମୁଖ ସଚିବ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି ।