ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଏବେ ଇଞ୍ଜିନିୟରିଂ ପଢିବା ପାଇଁ ଚାହୁଁଥିଲେ ଆଉ ଦ୍ବାଦଶ ଶ୍ରେଣୀରେ ଗଣିତ କିମ୍ବା ଫିଜିକ୍ସ ପଢିବା ବାଧ୍ୟତାମୂଳକ ନୁହେଁ । କମର୍ସ ଛାତ୍ରଛାତ୍ରୀ ମଧ୍ୟ ଏବେ ବିଟେକ କରିପାରିବେ ।ତେବେ ଏହି ନେଇଛି ନିଷ୍ପତ୍ତି ଅଲ୍ ଇଣ୍ଡିଆ କାଉନସିଲ୍ ଫର ଟେକ୍ନିକାଲ ଏଜୁକେସନ୍ (AICTE) ।
ଇଞ୍ଜିନିୟରିଂ ପାଇଁ ଏବେ ଦ୍ବାଦଶ ଶ୍ରେଣୀରେ ଗଣିତ କିମ୍ବା ଫିଜିକ୍ସ ପଢିବା ବାଧ୍ୟତାମୂଳକ ନୁହେଁ । ଇଞ୍ଜିନିୟରିଂରେ ଫିଜିକ୍ସ କେମେଷ୍ଟ୍ରୀ ଓ ଗଣିତ ବ୍ୟତୀତ, କମ୍ପ୍ୟୁଟର ସାଇନ୍ସ, ଇଲୋଟ୍ରୋନିକ୍ସ, ଆଇଟି, ବାୟୋଲୋଜି, ଇନଫରମେଟିକ୍ ପ୍ରାକଟିସ୍, ବାୟୋଟେକ୍ନୋଲୋଜି,ଟେକ୍ନିକାଲ ଭୋକେସନାଲ ସବଜେକ୍ଟ,ଏଗ୍ରିକଲଚର, ଇଞ୍ଜିନିୟରିଂ ଗ୍ରାଫିକ୍, ବିଜନେସ୍ ଷ୍ଟଡିଜ୍ର ଛାତ୍ର ମଧ୍ୟ ଆଡମିଶନ୍ ନେଇପାରିବେ । ଇଞ୍ଜିନିୟରିଂରେ ଆଡମିଶନ୍ ପାଇଁ ଦ୍ବାଦଶ ଶ୍ରେଣୀରେ ଏହା ଭିତରୁ କୌଣସି ତିନୋଟି ବିଷୟ ରହିବା ଦରକାର ।
ଏହି ବ୍ୟବସ୍ଥା ୨୦୨୧-୨୨ ରୁ ଆରମ୍ଭ ହେବ । ସାଧାରଣ ବର୍ଗର ଛାତ୍ରଙ୍କୁ ଏହି ବିଷୟରେ ନ୍ୟୁନତମ ୪୫% ଓ ସଂରକ୍ଷିତ ବର୍ଗର ଅଭ୍ୟାର୍ଥୀଙ୍କୁ ୪୦% ପଏଣ୍ଟ ହାସଲ କରିବା ବାଧ୍ୟତାମୂଳକ ହେବ। ଏ ସମ୍ପର୍କରେ ଏକ ହାଣ୍ଡବୁକ୍ ମଧ୍ୟ ଜାରି କରାଯାଇଛି । ଯେଉଁଥିରେ ନୂଆ ନିୟମ ବିଷୟରେ ବିସ୍ତାରିତ ଭାବରେ ସୂଚନା ଦିଆଯାଇଛି ।