ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ବନ୍ଦ ହେଲା ବିଜୁ ଯୁବ ବାହିନୀ ! ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ରେ ବଜେଟ୍ରେ ବିଜୁ ଯୁବ ବାହିନୀ ପାଇଁ ଅର୍ଥବ୍ୟବସ୍ଥା ନଥିବାରୁ ଏହାକୁ ନେଇ ପ୍ରଶ୍ନ କରିଥିଲେ ବିରୋଧି ଦଳ ନେତା । ତେବେ ଏହାର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ ତୁଷାର କାନ୍ତି ବେହେରା କହିଛନ୍ତି ଯେ ବିଜୁ ଯୁବ ବାହିନୀ ବର୍ତ୍ତମାନ କାର୍ଯ୍ୟକ୍ଷମ ନାହିଁ ଓ ରାଜ୍ୟର କୌଣସି ଅଞ୍ଚଳରେ ଲୋକଙ୍କ ସ୍ବାର୍ଥପାଇଁ କୌଣସି କାର୍ଯ୍ୟ କରୁନି । ସେଥିପାଇଁ ଚଳିତ ଆର୍ଥିକ ବର୍ଷରେ ବିଜୁ ଯୁବ ବାହିନୀ ପାଇଁ ବଜେଟରେ କୌଣସି ଅର୍ଥ ବ୍ୟବସ୍ଥା ନାହିଁ, ତେଣୁ ଖର୍ଚ୍ଚର କୌଣସି ଅବକାଶ ନାହିଁ ।
ତେବେ ଏହା ପରେ ବିରୋଧିଦଳ ନେତା ଏହାକୁ ନେଇ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । କେବଳ ନିର୍ବାଚନରେ ଜିତିବାକୁ ଏପରି ପ୍ରହସନ ସରକାର କରିଥିଲେ ବୋଲି ଅନେକ ବିରୋଧି ଦଳ ମତ ଦେଉଛନ୍ତି । ଓ ସରକାର ଏଥିପାଇଁ ଯୁବ ଗୋଷ୍ଠୀମାନଙ୍କୁ କ୍ଷମା ମାଗିବା ଉଚିତ୍ ବୋଲି ବିରୋଧି ଦଳ ନେତା କହିଛନ୍ତି ।
ସୂଚନାଯୋଗ୍ୟ, ୨୦୧୮ରେ ଯୁବକଯୁବତୀମାନଙ୍କୁ ନେଇ ଗଠିତ ହୋଇଥିବା ବିଜୁ ଯୁବ ବାହିନୀ ନାମକ ଏକ ସଂଗଠନ ଗଠନ କରିଥିଲେ ରାଜ୍ୟ ସରକାର । ଏହି ସଂଗଠନର ସଦସ୍ୟ ମାନେ ସ୍ଵେଚ୍ଛାକୃତ ଭାବେ ବିଭିନ୍ନ କାର୍ଯ୍ୟ କରୁଥିଲେ ।