ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଶିମିଳିପାଳରେ ଅଗ୍ନିକାଣ୍ଡ ଘଟଣାର ଅନୁଧ୍ୟାନ କରିବା ପାଇଁ ଓଡିଶାକୁ ଆସିଛନ୍ତି କେନ୍ଦ୍ରୀୟ ଟିମ୍ ସଦସ୍ୟ। ଟିମ ସଦସ୍ୟ ଅମିତ ମଲ୍ଲିକ ଓ ସୁବ୍ରତ ମହାପାତ୍ର ଶିମିଳିପାଳ ଗସ୍ତ କରି ଅଗ୍ନିକାଣ୍ଡର କାରଣ ଓ ନିରାକରଣ ବିଷୟରେ ଅନୁଧ୍ୟାନ କରିବେ । ତେବେ ଏନେଇ ଗତକାଲି କେନ୍ଦ୍ର ଜଙ୍ଗଲ ମନ୍ତ୍ରୀଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା ।
ତେବେ ଜଙ୍ଗଲର ନିଆଁ ସ୍ଥିତି ପରଖିବା ପାଇଁ ଶିମିଳିପାଳରେ ପହଞ୍ଚିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।ଶିମିଳିପାଳ ଉପ ନିର୍ଦ୍ଦେଶକଙ୍କ ସହ ଆଲୋଚନା ପରେ ବିଭିନ୍ନ ଅଂଚଳ ବୁଲିବେ ପ୍ରଣବ ପ୍ରକାଶ ଦାସ । ତାଙ୍କ ସହ ରାଜ୍ୟସଭା ସାଂସଦ ମମତା ମହନ୍ତ, ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି, କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ପୂର୍ବତନ ବାଚସ୍ପତି ସାନନ୍ଦ ମାରାଣ୍ଡି ପ୍ରମୁଖ ଅଛନ୍ତି ।