ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ । କେତେକ ସ୍ଥାନରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ବର୍ଷା ହେବା କାରଣରୁ ରାଜ୍ୟରେ ବଢୁଥିବା ତାତିରୁ ସାମାନ୍ୟ ଆଶ୍ଵସ୍ତି ମିଳିବ ।
ଗତକାଲି ମୟୁରଭଞ୍ଜ ଜିଲ୍ଲାରେ ୧ ମି.ମିରୁ ୧୦.୬ ମି.ମି ପର୍ଯ୍ୟନ୍ତ ବର୍ଷା ଆକଳନ କରାଯାଇଥିଲା । ଶିମିଳିପାଳ ଜଙ୍ଗଲ ଅଞ୍ଚଳରେ ମଧ୍ୟ କୁଆପଥର ସହ ବର୍ଷା ହେବା ଦେଖାଯାଇଥିଲା । ଫଳରେ ଶିମିଳିପାଳରେ ଲାଗିଥିବା ନିଆଁ ଅନେକାଂଶରେ ଲିଭି ଯିବାର ସୂଚନା ମିଳିଥିଲା । ଗତ ୨୪ ଘଣ୍ଟା ମଧ୍ୟରେ ବାରିପଦାରେ ଏକ ମିମି ବର୍ଷା ହୋଇଥିଲା ।
ତେବେ ଗତକାଲି ରାଜ୍ୟର ସୁନ୍ଦରଗଡ଼ ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସହରରେ ଦିନର ତାପମାତ୍ରା ୩୮ ଡିଗ୍ରି ଉପରେ ରହିଥିଲା ଓ ଫୁଲବାଣୀରେ ସର୍ବନିମ୍ନ ୧୬.୫ ଡିଗ୍ରୀ ରେକର୍ଡ କରାଯାଇଛି ।